State

ମଧ୍ୟାହ୍ନ ଭୋଜନ ଚାଉଳ ହେରଫେର ଅଭିଯୋଗ l

 

 – ପ୍ରଧାନ ଶିକ୍ଷକଙ୍କ ମଧ୍ୟାହ୍ନ ଭୋଜନ ଚାଉଳ ହେରଫେର ଅଭିଯୋଗ ହୋଇଛି l ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଶିକ୍ଷାଜିଲ୍ଲାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ l ସୂଚନା ଅନୁସାରେ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ରବୀନ୍ଦ୍ର ବେହେରା ଦୀର୍ଘ ଦିନ ହେବ ସୁବଳୟା ସ୍ଥିତ କସ୍ତୁରବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟରୁ 3ବସ୍ତା ମଧ୍ୟାହ୍ନ ଭୋଜନ ଧାର ଆଣିଥିଲେ l କିନ୍ତୁ ଦୀର୍ଘ ମାସ ବ୍ୟବଧାନ ହେଲା ପରେ ମଧ୍ୟ ଉକ୍ତ ଚାଉଳ କାହିଁକି ପ୍ରଧାନ ଶିକ୍ଷକ ଫେରାଉନଥିଲେ ତାହା ଏଠାରେ ପ୍ରଶ୍ନ ଉଠୁଛି l ସରକାରଙ୍କ ପକ୍ଷରୁ ଶିକ୍ଷା ବିଭାଗ ପକ୍ଷରୁ ପ୍ରତ୍ୟେକ ବିଦ୍ୟାଳୟ ମାନଙ୍କରେ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକ ମାନଙ୍କୁ ନେଇ ସ୍କୁଲ କମିଟି ଗଠିତ ହୋଇଥାଏ l କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଟିକିରାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ରବୀନ୍ଦ୍ର କୁମାର ବେହେରା ଓ କସ୍ତୁରୁବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଯଜ୍ଞ୍ୟସିନୀ ବେହେରାଙ୍କ ମନମୁଖି ଚାଉଳ ହେରଫେର କରୁଥିବା ଅଭିଯୋଗ ହେଉଛି l କସ୍ତୁରୁବା ଆବାସିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସ୍ୱାମୀ ଗତକାଲି ଟିକିରାପଡା ବିଦ୍ୟାଳୟରୁ ଏକ ବସ୍ତା ଚାଉଳ ନେଇକି ଯାଉଥିବା ଦେଖି ଉକ୍ତ ବିଦ୍ୟାଳୟର ସ୍କୁଲ ଶିକ୍ଷା କମିଟିର ସଭାପତି ଝସକେତନ ଜଗଦଲା ଫୋନ ମାଧ୍ୟମରେ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଜଣାଇ ଥିଲେ l ଏପଟେ ପ୍ରଧାନଶିକ୍ଷକ ମାନଙ୍କ ଉତ୍ତର ସିଆରରସିସି ଜମ୍ଭେଶ୍ୱର ଦୀପ ଙ୍କ କଥାର ତାଳମେଳ ରହୁନାହିଁ l ଜିଲ୍ଲା ପ୍ରଶାସନ କେବେ ତଦନ୍ତ କରି ଉପଯୁକ୍ତ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବ ଦେଖିବାକୁ ବାକି ରହିଲା l ସୁବର୍ଣ୍ଣପୁର ରୁ ରଞ୍ଜନ କୁମାର ତାଣ୍ଡିଆ ଙ୍କ ରିପୋର୍ଟ ସମର୍ଥ ନିୟୁଜ୍ 

Related Articles

Back to top button