Religion

ଉଲୁଣ୍ଡାରେ ସମ୍ବିଧାନ ପ୍ରଣେତା ଡ଼ଃ. ଆମ୍ବେଦକରଙ୍କ ୬୭ତମ ମହାପରିନିର୍ବାଣ ଦିବସ ପାଳିତ

 

ଉଲୁଣ୍ଡା ୬/୧୨ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସ୍ତରୀୟ ଲକ୍ଷେଘର ଗଣ୍ଡା ସମାଜ ବିକାଶ ପରିଷଦ ଆନୁକୂଲ୍ୟରେ ବିଶ୍ୱରତ୍ନ ସମ୍ବିଧାନ ପ୍ରଣେତା ମହାମାନବ ଡ଼ଃ.ବାବାସାହେବ ଭୀମରାଓ ରାମଜୀ ଆମ୍ବେଦକରଙ୍କ ୬୭ତମ ମହାପରିନିର୍ବାଣ ଦିବସ ମହାସମାରୋହରେ ପାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷାବିତ କୁଳମଣି ଜଗଦଲା ସଭାପତିତ୍ବ କରିଥିବା ବେଳେ ଦଳିତ

ସମାଜ ମୁଖ୍ୟ ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ବିନୋଦ ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିବାବେଳେ ଜ୍ଞାନଜ୍ୟୋତି ସାବିତ୍ରୀ ବାଇ ଫୁଲେ ମହାସଂଘ ର ପ୍ରତିଷ୍ଠାତା ଧିମତି ସଂଘପ୍ରୀୟା ରୂପାଲି ମହାନନ୍ଦ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ । ଏପରିକି ଏହି କାର୍ଯ୍ୟକ୍ରମରେ ଲକ୍ଷେଘର ଗଣ୍ଡା ସମାଜ ବିକାଶ ପରିଷଦ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଆଇନଜୀବୀ ଲକ୍ଷ୍ମଣ ଭରାସାଗର, ବିଶିଷ୍ଠ କଣ୍ଠଶିଳ୍ପୀ ଶତ୍ରୁଘ୍ନ ଲୁହା, ଲକ୍ଷେଘର ଗଣ୍ଡା ସମାଜ ବିକାଶ ପରିଷଦ ଜିଲ୍ଲା ସମ୍ପାଦକ ଲଛମନ ସୁନା, ଲକ୍ଷେଘର ଗଣ୍ଡା ସମାଜ ବ୍ଲକ୍ କାର୍ଯ୍ୟକାରୀ ସଭାପତି ଗୋବିନ୍ଦ ଦାସ ତରାଇ , ଲକ୍ଷେଘର ଗଣ୍ଡା ସମାଜ ବିକାଶ ପରିଷଦ ର ସହସମ୍ପାଦକ ରାଜୁ କୁମାର ଲୁହା , ଉପଦେଷ୍ଠା ସୁରୁବାବୁ ହରିପାଲ ,ବରିଷ୍ଠ ସଦସ୍ୟ ବୈରାଗୀ ହରିପାଲ ଏବଂ କୀର୍ତ୍ତନ ମୁନା ସମ୍ମାନିତ ଅତିଥି ଭାବରେ ମଞ୍ଚାସିନ ହୋଇଥିଲେ ।ପରିଷଦର ସମ୍ପାଦକ ଅରୁଣ କୁମାର ମହାନନ୍ଦ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ପରିଷଦର କାର୍ଯକାରୀ ସମ୍ପାଦକ ନାରାୟଣ ହରିପାଲ ସଭା ପରିଚାଳନା କରିଥିଲେ ଏବଂ ଉଲୁଣ୍ଡା ଗ୍ରାମ ପଞ୍ଚାୟତ ସମ୍ପାଦକ ବ୍ୟାସଦେବ ତରିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ଦେଇଥିଲେ।

ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନିୟୁଜ୍ 

Related Articles

Back to top button