ଅପହଞ୍ଚ ଅଞ୍ଚଳରେ ପହଞ୍ଚିଲା ଆଳୁଅ, ଜଳିଲା ବଲବ


ଉଲୁଣ୍ଡା 6/12 ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଏସ୍ ପତ୍ରାପାଲି ପଞ୍ଚାୟତର ସୀମାନ୍ତ ଅପହଞ୍ଚ ଗ୍ରାମ ଦେବ ଝରଣ ଗ୍ରାମରେ ପ୍ରଶାସନ ଓ ବିଦ୍ୟୁତ ବିଭାଗ ର ପ୍ରଚେଷ୍ଟା ଦ୍ୱାରା ଗାଁ ରେ ପହଞ୍ଚିଲା ଆଳୁଅ ଓ ପ୍ରଥମ ଥର ପାଇଁ ଜଳିଲା ବଲବ l ଗତ ତା 04/12/23 ରିଖ ସନ୍ଧ୍ୟା ରେ ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ବୀରମହାରାଜପୁର ଲଲାଟେନ୍ଦୁ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଟି ପି ଡବ୍ଲୁ ଓ ଡି ଏଲ ନିର୍ବାହୀ ଯନ୍ତ୍ରୀ ଇଂ ଅଶୋକ କୁମାର ମିଶ୍ର , ବୀରମହାରାଜପୁର ଏସଡିଓ ସୌମ୍ୟରଞ୍ଜନ ଦାଶଙ୍କ ସହ ଅନ୍ୟାନ୍ୟ ବିଦ୍ୟୁତ ବିଭାଗୀୟ ଅଧିକାରୀ ଅପହଞ୍ଚ ଗ୍ରାମ ଦେବଝରଣ କୁ ଯାଇ ବିଜୁଳି ଜାଳିବାର ଶୁଭାରମ୍ଭ କରିଥିଲେ l ଗାଁ ରେ ବିଜୁଳି ଆଲୁଅ ପହଂଚି ଲୋକଙ୍କ ଅନେକ ଦିନର ସ୍ବପ୍ନ ସାକାର ହୋଇଥିବାରୁ ଜିଲ୍ଲାପ୍ରଶାସନ ତଥା ବିଦ୍ୟୁତ ବିଭାଗ ର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଧନ୍ୟବାଦ ପ୍ରଦାନ ସହ ସମସ୍ତେ ଖୁସିରେ ନାଚି ଉଠିଥିଲେ l ଗ୍ରାମବାସୀ ବିଦ୍ୟୁତ ସେବା ପାଇଥିବାରୁ ଖୁସିର ଲହରୀ ଖେଳି ଯାଇଛି। ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି ।ଏହି ଅବସରରେ ଉପଜିଲ୍ଲାପାଳ ବୀରମହାରାଜପୁର ଶ୍ରୀ ସିଂ ଗ୍ରାମ ର ସମସ୍ତ ଜନସାଧାରଙ୍କ ସହ ମିଶିବା ସହ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ l ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନିୟୁଜ୍




