ଭିନ୍ନ ରୂପରେ କଲେଜ ରାଜନୀତି


କୁଜଙ୍ଗ –: ଜଣେ ଅତିଥି କହୁଛନ୍ତି ଦିନକୁ ଚାରିଘଣ୍ଟା ପଢ଼, ବାକି ସମୟ ରିଲସ କର, ସେଲ୍ଫି ନିଅ, କିମ୍ବା ଯାହାଇଛା ତାହା କର ଚଳିବ! ଆଉଜଣେ କହୁଛନ୍ତି ତମେ ସବୁ ପ୍ରେମ କର ହେଲେ କାହାକୁ ଧୋକ୍କା ଦିଅନାହିଁ ! ଉପରୋକ୍ତ କଥା ରାହାମା ସାରଳା ମହାବିଦ୍ୟାଳୟ ପରିସରରେ ଆୟୋଜିତ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ରେ ଯୋଗଦେଇଥିବା ଅତିଥିଙ୍କ ଶ୍ରୀମୁଖରୁ ନିର୍ଗତ ଭାଷଣ ! ପୁଣି ସେଲ୍ଫି ପଏଣ୍ଟ କରିବାର ପ୍ରତିଶୃତି ବି ଅତିଥି ମହାଶୟ ଦେଇଛନ୍ତି ! ଏହା ବଦଳରେ କଲେଜ ଛାତ୍ରଛାତ୍ରୀ ମାନେ ରାଜନୀତିରେ ସକ୍ରିୟ ଭାବେ ଯୋଗଦେବେ ! କଲେଜରେ ଆରମ୍ଭ ହୋଇଛି ରାଜନୀତିର ଚତୁର ପଣିଆ ! ସମୟ ଥିଲା +୩ ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ରାଜନୀତିର ମୁଳୁଦୁଆ କୁ ସ୍ଥାପନ କରାଯାଉଥିଲା ! ସିଲେକ୍ସନ ପରେ ଇଲେକ୍ସନ କରାଯାଇ ଛାତ୍ର ନେତା ଓ ଛାତ୍ରୀ ନେତ୍ରୀ ଙ୍କୁ ଭୋଟିଙ୍ଗ ପ୍ରକ୍ରିୟାରେ ଇଲେକ୍ଟ କରାଯାଇ
ବିଧାନସଭା ଇଲେକ୍ସ
ନ ପାଇଁ ବ୍ୟବହାର କରାଯାଉଥିଲା ଏବେ ଚିତ୍ର ସମ୍ପୂର୍ଣ୍ଣ ଅଲଗା ! +୨ ଛାତ୍ରଛାତ୍ରୀ ମାନଙ୍କୁ ରାଜନୀତିରେ ସାମିଲ କରାଇବାକୁ ନବୀନ ସରକାର ଯୋଜନାବଦ୍ଧ ଭାବେ କଲେଜ କ୍ୟାମ୍ପସ ପରିସରରେ ଆୟୋଜିତ କରୁଛି ଯୁବ ଓଡିଶା ନବୀନ ଓଡିଶା ! ଘଟଣା କ୍ରମରେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ରାହାମା ସାରଳା ମହାବିଦ୍ୟାଳୟ ମଧ୍ୟରେ ଆୟୋଜିତ ହୋଇଛି ଏକ କର୍ମୀ ଗଢ଼ା କାର୍ଯ୍ୟକ୍ରମ ! ଏହାର ମୁଖ୍ୟଅତିଥି ପାରାଦ୍ୱୀପ ବିଧାୟକ ଶ୍ରୀଯୁକ୍ତ ସମ୍ବିତ ରାଉତରାୟ ଥିବାବେଳେ ମୁଖ୍ୟବକ୍ତା ଥିଲେ ପ୍ରଫେସର ବିଶ୍ୱେଶ୍ୱର ନନ୍ଦ ! ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ କୁଜଙ୍ଗ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରୀନାରାଣୀ ସାହୁ, ସାଇଲୋ ପଞ୍ଚାୟତ ସରପଞ୍ଚ ସରୋଜ କୁମାର ସେଠୀ, ସାମ୍ବାଦିକ ଡକ୍ଟର ସୁନାକର ବେହେରା ! ସାରଳା ମହାବିଦ୍ୟାଳୟ ର ଅଧ୍ୟକ୍ଷ ମହାଶୟ ସଭାପତିତ୍ୱ କରିବା ସହିତ ସ୍ୱାଗତ ଭାଷଣ ମଧ୍ୟ ପ୍ରଦାନ କରିଥିଲେ ! ଉପସ୍ଥିତ ଅତିଥିମାନେ ନବୀନ ସରକାର ପାଇଁ ଛାତ୍ରଛାତ୍ରୀ ମାନେ ଗର୍ବିତ ଓ ଉତ୍ସର୍ଗୀକୃତ ହୋଇ କାର୍ଯ୍ୟକରିବା ଉଚିତ ବୋଲି କହିବା ଏବଂ କଲେଜ କ୍ୟାମ୍ପସ ମଧ୍ୟରେ ସେଲ୍ଫି ପଏଣ୍ଟ ବସାଇବା ପରି କାର୍ଯ୍ୟ କରିବା ସରକାରଙ୍କ ଯୋଜନା ବୋଲି ଅତିଥି ଘୋଷଣା କରିଥିବାର ଜଣାଯାଇଥିଲା !କଲେଜରେ ପଢ଼ୁଥିବା ଗରିବ ଶିକ୍ଷାର୍ଥୀ ର ବାପା ମାଆ ଙ୍କ ସ୍ବପ୍ନ କଣ ସେଲ୍ଫି ନେବା ? ରିଲସ ବନେଇବା ?? ନା ପ୍ରେମ କରିବା ???
ଅତିଥି ବୁଝିବାକୁ ଚାହିଁଲେ ନାହିଁଯେ କୋଉ ଛାତ୍ରଛାତ୍ରୀ ପରୀକ୍ଷା ଫିସ ଦେଇପାରୁଛନ୍ତି କି ନାହିଁ ! କାହା ପାଖରେ ପାଠ୍ୟପୁସ୍ତକ ଅଛି କି ନାହିଁ !ଅତିଥି ପାଠପଢା କିପରି ଚାଲିଛି ଅବା କୋର୍ସ ସଠିକ ଭାବେ ପଢା ଯାଉଛି କି ନାହିଁ ! ଅତିଥି ଗପିଲେ ରାଜନୀତି କଥା, ଗାଇଲେ ରୋମାଣ୍ଟିକ ସଂଗୀତ ! କେବଳ ଦେଖିବାକୁ ରହିଲା ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଯାଉଛି କୁଆଡେ ???
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !




