State

୧୯ ରୁ ୨ଦିନିଆ ନିଯୁକ୍ତି ମେଳା ।

 

ବୌଦ୍ଧ -୦୫/୧୨-(ହୃଦାନନ୍ଦ ମେହେର )-ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଜ଼ିଲ୍ଲା ପ୍ରଶାସନ, ବୌଦ୍ଧ ର ମିଳିତ ସହଯୋଗରେ ଦୁଇଟି କ୍ଷୁଦ୍ର ନିଯୁକ୍ତି ମେଳା ଚଳିତ ମାସ ୧୯.୧୨.୨୦୨୩ ତାରିଖ ରେ ବୌଦ୍ଧ ଟାଉନ ହଲ ଠାରେ ଓ ୨୦.୧୨.୨୦୨୩ ତାରିଖରେ ମା ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (Junior College), ବାଉଁଶୁଣୀ ଠାରେ ସକାଳ ୧୦ ରୁ ଅପରାହ୍ନ ୦୨ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ I ଜ଼ିଲ୍ଲାପାଳ ଙ୍କ ଅନୁମୋଦନ କ୍ରମେ ଗଠିତ ନିଯୁକ୍ତି ମେଳା ତଦାରଖ କମିଟି ର ବୈଠକ ଆଭାସୀ ମାଧ୍ୟମରେ ଆଜି ଉପ-ଜ଼ିଲ୍ଲାପାଳ, ବୌଦ୍ଧ ଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଅଛି I ଭକ୍ତ ମେଳାରେ ୫ମ ଶ୍ରେଣୀ ପାସ ଓ ତଦୁର୍ଦ୍ଧ ସ୍କୁଲ, କଲେଜ ଏବଂ ଆଇ.ଟି.ଆଇ., ଜିପ୍ଲୋମା ପାସ କରିଥିବା ଏବଂ ଅଧାରୁ ପାଠପଢା ଛାଡିଥିବା ୧୮ ବର୍ଷରୁ ୩୫ ବର୍ଷର ଯୁବକ ଯୁବତୀ ବେସରକାରୀ ସଂସ୍ଥା ମାଧ୍ୟମରେ ନିଯୁକ୍ତି ଓ ପ୍ରଶିକ୍ଷଣ ନିମନ୍ତେ ଅଂଶ ଗ୍ରହଣ କରିପାରିବେ । ମେଳାରେ ଜିଲା, ରାଜ୍ୟ ଓ ରାଜ୍ୟ ବାହାରୁ ନିଯୁକ୍ତିଦାତା ଓ ଦକ୍ଷତା ବୃଦ୍ଧି ତାଲିମଦାତାମାନେ ଯୋଗଦେବାର କାର୍ଯକ୍ରମ ରହିଛି ।

 

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡ଼ିଶା

Related Articles

Back to top button