ଅନ୍ତର୍ଜାତୀୟ ସ୍ବେଛାସେବୀ ଦିବସ ପାଳିତ.


ଭୁବନେଶ୍ୱର ଆଜି ସେଣ୍ଟର ଫର ୟୁଥ ଆଣ୍ଡ ସର୍ଭିସ ଡେଭେଲପମେଣ୍ଟ ସମ୍ମିଳନୀ କକ୍ଷରେ ଇଣ୍ଟର ନ୍ୟାସନେଲ ଭୋଲୁଣ୍ଟିଅର୍ଶ ଡେ ପାଳନ ମହା ସମାରୋହରେ କରାଯାଇଅଛି. ମୋଟ 12 ଗୋଟି ସ୍ବେଛାସେବୀ ଅନୁଷ୍ଠାନ ମିଳିତ ଭାବେ ଆଜିର ଦିବସ ଟିକୁ ପାଳନ କରିଛନ୍ତି.ଏହି ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇଥିଲା ଓ ଡ଼ ଭଗବାନ ପ୍ରକାଶ ପୂର୍ବତନ ବୈଦେଶିକ ସଚିବ ମୁଖ୍ୟ ଅତିଥିଭାବେ, ପୂର୍ବତନ ବିଧାୟକ ଦିଲୀପ ଶ୍ରୀଚନ୍ଦନ ତଥା ସିଉ୍ଵାଏ ଏସଡିର ମୁଖ୍ୟ ଜଗଦାନନ୍ଦ ସମ୍ମାନିତ ଅତିଥିଭାବେ ଯୋଗଦେଇ ସାରା ବିଶ୍ୱରେ ସମାଜ ସେବି ମାନଙ୍କର କାର୍ଯ୍ୟାଧାରା ଉପରେ ଆଲୋକ ପାତ କରିଥିଲେ. ଆଜି ଦିନରେ ଜାତିସଂଘର ସମସ୍ତ ଦେଶ ସ୍ବେଛାସେବୀ ଦିବସ ପାଳନ କରୁଛନ୍ତି ଆମେ ମଧ୍ୟ ଦୀର୍ଘ 15ବର୍ଷ ହେବ ସିୱାଏଏସଡ଼ିରେ ପାଳନ କରୁଛୁ, ଆମେ ହଜାର ହଜାର ସ୍ବେଛାସେବୀ ତିଆରି କରୁଛୁ, ଗାଁ ସହର ଓ ଆଦିବାସୀ ଅଂଚଳରେ ଏକତ୍ରିତ ହୋଇ ଏକ ମନ ହୋଇ ବିନା ଭେଦଭାବରେ ଜାତି ଧର୍ମ ବାଛ ବିଚାର ନ କରି କାମ କରିବା ସ୍ନେହ ଶ୍ରଦ୍ଧା ଓ ଦେଶଭକ୍ତି ତଥା ସମର୍ପିତ ଭାବ ପ୍ରଦର୍ଶନ କରିବାକୁ ସ୍ବେଛାସେବୀ ମାନଙ୍କୁ ଆହ୍ୱାନ ଦେଇଛନ୍ତି ସି୍ୱାଈଏଶଡ଼ିର ପରିଚାଳନା ନିର୍ଦେଶକ ପ୍ରଫୁଲ ସାହୁ. ଆଜିର ଥିମ ହେଇଛି ଇଫ ଏଭରୀୱାନ କ୍ୟାନ ଆଉ ସମସ୍ତେ ଛୋଟ ଛୋଟ କାମ କରିବା, ପ୍ଲାଷ୍ଟିକ ବ୍ୟବହାର କମାଇବା ଜଳବାୟୁ ସୁରକ୍ଷା ପାଇଁ କାମ କରିବା,ପାଣିର କମ ଖର୍ଚ୍ଚ କରିବା, ସମସ୍ତଙ୍କୁ ଶିକ୍ଷିତ କରିବା, ରୋଗୀ ସେବା କରିବା, ଭୋକରେ ଥିବା ଲୋକଙ୍କୁ ଖାଦ୍ୟ ଯୋଗାଇବା ଭଳି କାମ କରି ଦେଶର ସେବାରେ ନିୟୋଜିତ କରିବାକୁ ଆହ୍ୱାନ ଦେଇଥିଲେ ଇଉ ଏନ ଡି ପି ରାଜ୍ୟ ମୁଖ୍ୟ ଆଭା ମିଶ୍ର.
ଭୁବନେଶ୍ୱର ଦେବ ପ୍ରସାଦ ମହାନ୍ତି. ଙ୍କ ରିପୋର୍ଟ ସମର୍ଥ ନିୟୁଜ୍




