State

ବିଶ୍ଵାସ”ରେ ରାଜ୍ୟସ୍ତରୀୟ ପ୍ରତିଭା ଅନ୍ଵେଷଣ ପରୀକ୍ଷା

ଭୁବନେଶ୍ବର:- ଶିକ୍ଷାର୍ଥୀ ମାନଙ୍କର ମାନବୃଦ୍ଧି ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ହେଉଥିବା ବେଳେ ପିତାପଲ୍ଲି ନିକଟସ୍ଥ ‘ବିଶ୍ବାସ’ ହାଇୟର ସେକେଣ୍ଡାରି ଅନୁଷ୍ଠାନରେ ରାଜ୍ୟସ୍ତରୀୟ ପ୍ରତିଭା ଅନ୍ଵେଷଣ ପରୀକ୍ଷା ଅନୁଷ୍ଠିତ ହୋଇ ଯାଇଅଛି। ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସରକାରୀ ଓ ବେସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶାର ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ଡଃ. ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଯୋଗଦାନ କରିଥିବା ବେଳେ, ଗଣଶିକ୍ଷା ବିଭାଗର ପୂର୍ବତନ ନିର୍ଦେଶକ ଡଃ. ଶରତ ଚନ୍ଦ୍ର ବିଶ୍ଵାଳ ସଂମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ।ଏହି ପରିପ୍ରେକ୍ଷୀରେ ଉପଢୌକନ ଓ ପୁଷ୍ପଗୁଛ ସହିତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ମୁଖ୍ୟ ଅତିଥି ଛାତ୍ରଛାତ୍ରୀ ମାନଙ୍କୁ ଚରିତ୍ରବତ୍ତା, କଠିନ ପରିଶ୍ରମ କରିବା ଜୀବନର ମୂଳ ଲକ୍ଷ୍ୟ ବୋଲି ଉଦବୋଧନ ଦେଇଥିଲେ। 

ପ୍ରଥମ ସ୍ଥାନରେ ଯୁଗ୍ମ ଭାବରେ ବିବେକାନନ୍ଦ ବିଦ୍ୟାଳୟ, କୁହୁଡି ଓ ସରକାରୀ ହାଇସ୍କୁଲ, ଆରିକମା- ଯୋଗ୍ୟ ବିବେଚିତ ହୋଇଛନ୍ତି। ସେହିପରି ଯୁଗ୍ମ ଭାବରେ ଦ୍ଵିତୀୟ ସ୍ଥାନରେ ସୋମନାଥ ହାଇ ସ୍କୁଲ, ହରିରାଜପୁର, ଜଟଣୀ ଓ କୃପାସିନ୍ଧୁ ହାଇ ସ୍କୁଲ, ଗୋପୀନାଥପୁର ଓ ତୃତୀୟ ସ୍ଥାନରେ ସରକାରୀ ହାଇସ୍କୁଲ, ପଳାଶୁଣି ଯୋଗ୍ୟ ବିବେଚିତ ହୋଇଛନ୍ତି।

 

ବ୍ୟୁରୋ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button