ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ବାଉଁଶୁଣି ଓ ଗୋଛାପଡାରେ ଭବ୍ୟ ସ୍ୱାଗତ।


ବୌଦ୍ଧ-୫-୧୨ (ସମର୍ଥ ନ୍ୟୁଜ) କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିବା ପାଇଁ ବୌଦ୍ଧରୁ ବାହାରିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ସଦର ବ୍ଲକର ବାଉଁଶୁଣି ଓ ଗୋଛାପଡ଼ା ପଞ୍ଚାୟତରେ ମଙ୍ଗଳବାର ଭବ୍ୟ ସ୍ୱାଗତ କରାଯାଇଛି। ବାଉଁଶୁଣି ପଞ୍ଚାୟତର କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଅଇଁଠୁ ମହାଲିକ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପିଇଓ ପ୍ରହଲ୍ଲାଦ ଭୋଇ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଗୋଛାପଡ଼ାରେ ସରପଞ୍ଚ ପୁନି ମେହେର ଅତିଥି ଭାବେ ଯୋଗ ଦେଇ ସଂକୀର୍ତ୍ତନ ଦଳ ସହ ଯାତ୍ରାକୁ ସ୍ୱାଗତ ଜଣାଇଥିଲେ। ସମାଜସେବୀ ଦେବଦତ୍ତ ରଥ, ସ୍ଥାନୀୟ ପିଇଓ ସତ୍ୟବାନ ବେଜ, ଜିଆରଏସ ଶାଶ୍ୱତ ମିଶ୍ର, ଯୋଗାଣ ସହାୟକ ରଞ୍ଜିତା ମେହେରଙ୍କ ସହ ସମସ୍ତ ୱାର୍ଡ ସଭ୍ୟ/ସଭ୍ୟା ସମେତ ଅଙ୍ଗୱାଡ଼ି କର୍ମୀ. ଆଶା କର୍ମୀ ଓ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ପ୍ରସାରଣ ପରେ ବିକଶିତ ଭାରତ ସଙ୍କଳ୍ପ ନେଇ ସମସ୍ତେ ଶପଥପାଠ କରିଥିଲେ। ଏଅବସରରେ ଉପସ୍ଥିତ ସମସ୍ତ ଜନସାଧାରଣଙ୍କୁ ବିଭିନ୍ନ କେନ୍ଦ୍ରୀୟ ଯୋଜନା ବିଷୟରେ ସଚେତନ କରାଯାଇଥିଲା।
ବୌଦ୍ଧରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ ନ୍ୟୁଜ।




