State

ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ

ତିର୍ତ୍ତୋଲ ::- ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଅପ୍ରତିଦ୍ବନ୍ଦି କଂଗ୍ରେସ ନେତା ଇଂ. ହିମାଂଶୁ ଭୂଷଣ ମଲ୍ଲିକ ଙ୍କ ଆହ୍ୱାନରେ,ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କଂଗ୍ରେସର ପଞ୍ଚାୟତ ସ୍ତରୀୟ ସଂଗଠନ ! ଯେତେ ଯେତେ ପାଖେଇ ଆସୁଛି ୨୦୨୪ ନିର୍ବାଚନ ସେତେସେତେ ସରଗରମ୍ ହେବାରେ ଲାଗିଛି ରାଜନୈତିକ ସଂଗଠନ ପ୍ରକ୍ରିୟା ! ପଞ୍ଚାୟତ ସ୍ତରରୁ ବୁଥ କମିଟି କରାଯାଇ କିପରି ଆଗାମୀ ନିର୍ବାଚନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇପାରିବ ତାର ପ୍ରୟାସ ଜାରିରଖିଛି କଂଗ୍ରେସ ! ନିକଟରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧୀନ କନିମୁଳ ପଞ୍ଚାୟତର ମତ୍ତଗଜପୁର ସ୍ଥିତ ସୁଧା ମଣ୍ଡପରେ ଆୟୋଜିତ ହୋଇଯାଇଛି ପଞ୍ଚାୟତ କର୍ମୀ ସମ୍ମିଳନୀ ସମାବେଶ ! ଉକ୍ତ ସଭାରେ ପଞ୍ଚାୟତ ର ସଭାପତି ଅଶୋକ କୁମାର ମହାନ୍ତି ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ସାଂସଦ ପ୍ରାର୍ଥୀନୀ ଶ୍ରୀମତୀ ପ୍ରତିମା ମଲ୍ଲିକ, ଓ ଇଂ. ହିମାଂଶୁ ଭୂଷଣ ମଲ୍ଲିକ! ସମ୍ମାନିତ ଅତିଥି ଥିଲେ ତିର୍ତ୍ତୋଲ ବ୍ଲକ ଉପସଭାପତି ଶ୍ରୀଯୁକ୍ତ ଧନଞ୍ଜୟ ସୁତାର,ଅନ୍ୟତମ ଉପସଭାପତି ଜିତେନ୍ଦ୍ର ମହାନ୍ତି,, ବରିଷ୍ଠ କଂଗ୍ରେସ ନେତା କୃଷ୍ଣଚନ୍ଦ୍ର ଭୋଳ, ଏବଂ ମୁରଲୀଧର ସେଠୀ !ଉକ୍ତ ସଭାରେ ଶତାଧିକ ସକ୍ରିୟ କର୍ମୀ ଯୋଗଦେଇଥିବା ବେଳେ ଅତିଥିପରିଚୟ ଓ ସ୍ୱାଗତ ଭାଷଣ ଇଂ. ବେଦଦ୍ୟୁତି ପୃଷ୍ଟି ଦେଇଥିଲେ ! ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀଯୁକ୍ତ ମୁରଲୀଧର ସେଠୀ !

 

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button