ଜୟପୁର ଗ୍ରାମ ରେ ବାର୍ଷିକ ସତସଙ୍ଗ ମହୋତ୍ସବ


ଛତିଆ ନିକଟସ୍ଥ କୁମୁଡା ଜୟପୁର ଗ୍ରାମ ସ୍ଥିତ ଶ୍ରୀଶ୍ରୀ ଗୋପୀନାଥ ଜୀଉ ମନ୍ଦିର ପ୍ରାଙ୍ଗଣରେ ପରମ ପ୍ରେମ ମୟ ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ 136ତମ ଜନ୍ମ ମହୋତ୍ସବ ତଥା ଗ୍ରାମ ର 25ତମ ବାର୍ଷିକ ସତସଙ୍ଗ ଉତ୍ସବ ଗତକାଲି ମହା ସମାରୋହ ରେ ପାଳିତ ହୋଇଯାଇଅଛି, ବ୍ରାହ୍ମ ମୁହୂର୍ତ୍ତ ରୁ ବେଦ ମାଙ୍ଗାଲିକ ନହବତ ଗୀତା ଉଷା କୀର୍ତ୍ତନ ଉଷା ବିନତି ଅପରାହ୍ନ 4ଟାରେ ଶ୍ରୀଶ୍ରୀ ଠାକୁର ଙ୍କୁ ରଥ ରେ ବସାଇ ନଗର ପରିକ୍ରମା କରାଯାଇଥିଲା, କାର୍ତିକ ସାହୁ ସୁନ୍ଦରା ମହାରଣା ବ୍ରଜ କିଶୋର ସିନା ବିରଜା ଦାଶ ବିନୟ ପତି ଦୀପ୍ତେସ ବେହରା ଯୋଗରଂଜନ ବେହେରା ସୁଶାନ୍ତ ବରାଳ ସ୍ମୃତି ଧର ପତି ପ୍ରଦୀପ୍ତ ନନ୍ଦ ଜୟଦେବ ସ୍ୱାଇଁ ପ୍ରମୁଖ ନଗର କୀର୍ତ୍ତନ କରି ଥିଲେ, ସନ୍ଧ୍ୟାଘ 7,30ମି ସମୟ ରେ ସତସଙ୍ଗ ଓ ସଦାଲୋଚନା ଅନୁଷ୍ଠିତ ହୋଇଥିଲା, ସହପ୍ରତି ଋତ୍ଵିକ ଜିତେନ୍ଦ୍ର କୁମାର ପତି ସତସଙ୍ଗ ପରିଚାଳନା କରି ଥିବା ବେଳେ prof ଡାକ୍ତର ଜୟ ଦୀପ ପତି ଅତିଥି ପରିଚୟ ପ୍ରଦାନ କରି ଥିଲେ, ପୁଷ୍ପଗିରି ସତସଙ୍ଗ ବିହାର ଅଧକ୍ଷ ପ୍ରମୋଦ କୁମାର ଶତପଥି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଶ୍ରୀଶ୍ରୀ ଠାକୁର ଙ୍କ ଦିବ୍ୟ ଜୀବନୀ ଓ ଅମୀୟ ଭାଵାଦର୍ଶ ଉପରେ ଗଭୀର ଆଲୋକପାତ କରିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ସହ ପ୍ରତି ଋତ୍ଵିକ ବିଭୁତି ଭୁଷଣ ପତି ଫକୀର ଚରଣ ପୃଷ୍ଟି ନାରାୟଣ ଚନ୍ଦ୍ର ପ୍ରଧାନ ଦେବେନ୍ଦ୍ର ବେହେରା ଓ ବାନାମ୍ବର ପ୍ରଧାନ ତଥା ବହୁ ଅଧର୍ଜୁ ଯାଜକ କର୍ମୀ ମଣ୍ଡଳୀ ଉପସ୍ଥିତ ରହିଥିଲେ, ନିତ୍ୟ ରଞ୍ଜନ ସାହୁ ଜୟନ୍ତୀ ବସାକ ୟୋତିର୍ମଇ ପ୍ରଧାନ ଭକ୍ତି ସଂଗୀତ ଜୋତିରିନ୍ଦ୍ର ଦାଶ କୋରସ ବ୍ରଜ କିଶୋର ସିନା ଓ ବାନାମ୍ବର ପ୍ରଧାନ କୀର୍ତ୍ତନ ପରିବେଷଣ କରିଥିଲେ, ସମସ୍ତ ଗ୍ରାମ ବାସି ଏଥିରେ ସହଯୋଗ କରିଥିଲେ, ସମସ୍ତ ଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ



