Education

କଣ୍ଟାମାଳ କଲେଜରେ ନୂତନ ଓଡିଶା ଉନ୍ନତ ଅଭିଳାଷ ଓଡିଶା ୧୫ ଦିନିଆ କାର୍ଯ୍ୟକ୍ରମକୁ ଉଦଘାଟନ କଲେ କଣ୍ଟାମାଳ ବିଧାୟକ, 

ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କଲେ ବିଧାୟକ ମହାଧର

କଣ୍ଟାମାଳ, ତ.୪/୧୨: (ପ୍ରଭାତ କୁମାର ସାହୁ) ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରି ଆରମ୍ଭ କରିଥିବା ବକ୍ତବ୍ୟରେ ଯୁବଗୋଷ୍ଟିଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣର ପରିପ୍ରକାଶ ହେବା ସହ ସେମାନଙ୍କ ଆତ୍ମମନୋବଳ ସୁଦୃଢ ହେଲେ ଏକ ବିକଶିତ ଓ ପ୍ରଗତିଶୀଳ ଓଡିଶା ଗଠନ ହୋଇପାରିବ ବୋଲି କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହୀଧର ରଣା ସୋମବାର ଦିନ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ପଂଚାୟତ

ମହାବିଦ୍ୟାଳୟଠାରେ ନୂତନ ଓଡିଶା,ଯୁବ ଓଡିଶା ଓ ନବୀନ ଓଡିଶା ପକ୍ଷରୁ ଆୟୋଜିତ ନୂତନ ଉନ୍ନତ ଅଭିଳାଷl ଓଡିଶା କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କୁ କହିଥିଲେ l ଶ୍ରୀ ରଣା ଆହୁରିମଧ୍ୟ ଯୁବପିଢ଼ିଙ୍କ ଜୀବନର ପ୍ରଗତିରେ ତିନୋଟି ‘ସି’ ଯଥା- କେରେକ୍ଟର, କମ୍ପିଲିକେଟିଭ୍ ଓ କେୟାରଫୁଲର ମୂଲ୍ୟବୋଧ ଓ ଆବଶ୍ୟକତା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ l କଲେଜ ପରିଚାଳନା କମିଟି ସଭାପତି ଭବାନୀଶଙ୍କର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୂତନ ଉନ୍ନତ ଅଭିଳାଷl ଓଡିଶା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଣ୍ଟାମାଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସେନାପତି, କଣ୍ଟାମାଳ ତହସିଲଦାର ସୁଶ୍ରୀ ଶ୍ୱେତପଦ୍ମା ଯୋଶୀ, କଲେଜ ଅଧ୍ୟକ୍ଷା ପ୍ରଭାସିନୀ ଖଟୁଆ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଯୁବ ସମାଜ କେବଳ ଶିକ୍ଷାରେ ନିବୃତ ନ ରହି ସେମାନେ ସାମାଜିକ କାର୍ଯ୍ୟକଳାପ, ସଂସ୍କୃତି ଓ ଖେଳକୁଦର ଅଭିବୃଦ୍ଧି କଲେ ଅଞ୍ଚଳର ଉନ୍ନତି ପ୍ରଗତି ହେବା ସହ ଏକ ବିକଶିତ ରାଷ୍ଟ୍ର ଗଠନ ହେବା ସହ ଯୁବସମାଜ ପାଇଁ ନବୀନ ସରକାରଙ୍କ ସୁଦୂର ପ୍ରସାରି ଯୋଜନା ସଫଳ ହେବ ବୋଲି କହିଥିଲେ l ଅଧ୍ୟାପକ ପୌଲସ୍ତି ପ୍ରଧାନ ଅତିଥି ପରିଚୟ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଛାତ୍ରୀ ଝିଲିରାଣୀ ବେହେରା ମଞ୍ଚ ସଂଯୋଜନା କରିଥିଲେ l ଆରମ୍ଭରେ ମୁଖ୍ୟଅତିଥି ଓ ସମ୍ମାନୀତ ଅତିଥିମାନେ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ପରେ କଲେଜ ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ ହୋଇଥିଲା l ସେହିପରି 5-ଟି ଯୋଜନାରେ ଏହି ମହାବିଦ୍ୟାଳୟରେ ଏକ ଶହେ ଶଯ୍ୟା ବିଶିଷ୍ଟ ଓବିସି ଛାତ୍ରlବାସ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ପ୍ରଦାନ କରିଥିବା ନେଇ ବିଧାୟକ ଶ୍ରୀ ରଣା ଘୋଷଣା କରିଥିଲେ l ଆଜିଠାରୁ ପନ୍ଦର ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା, ସାଂସ୍କୃତିକ ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମ ହେବ ବୋଲି ଅଧ୍ୟକ୍ଷା ଶ୍ରୀମତୀ ଖଟୁଆ ସୂଚନା ଦେଇଥିଲେ । ପରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ଗୀତ ପରିବେଷଣ ହୋଇଥିଲା l ଯାହାକି ଅତିଥିମାନଙ୍କ ମନକୁ ଛୁଇଁଥିଲା। ସମସ୍ତ କାର୍ଯ୍ୟକ୍ରମରେ କଲେଜର ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀଗଣ ସହଯୋଗ କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button