ରସାୟନ ବିପର୍ଯୟ ନିରାକରଣ ଦିବସ ପାଳନ


-ରାସାୟନିକ ବିପର୍ଯ୍ୟୟ ନିରାକରଣ ଦିବସ ପାଳନ ଅବସରରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ କାମାକ୍ଷାନଗର ବ୍ଲକର ଶ୍ରୀମୂଳା ସ୍ବାସ୍ଥ୍ୟ ଓ ଆରୋଗ୍ଯ କେନ୍ଦ୍ର ଠାରେ ଅଗ୍ନିଶମ ବିଭାଗ, ଜିଲ୍ଲା ପ୍ରଶାସନ ଓ ଶୋଭାର ମିଳିତ ଉଦ୍ୟମରେ ଏକ ବିପର୍ଯ୍ୟୟ ପରିଚାଳନା ମକ୍ଡ୍ରିଲ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ
ବିପର୍ଯ୍ୟୟର ସଫଳ ମୁକାବିଲା ପାଇଁ ବିପର୍ଯ୍ୟୟ ପୂର୍ବରୁ, ବିପର୍ଯ୍ୟୟ ସମୟରେ ଓ ବିପର୍ଯ୍ୟୟ ପରର ପ୍ରସ୍ତୁତି ଏବଂ ଏଥି ନିମନ୍ତେ ଆବଶ୍ୟକ କୌଶଳ ସମ୍ବନ୍ଧରେ ସ୍ବାସ୍ଥ୍ୟକେନ୍ଦ୍ରର କର୍ମକର୍ତ୍ତା ଓ

ସ୍ବେଚ୍ଛାସେବୀମାନଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ତାଲିମକେନ୍ଦ୍ରରେ ତାଲିମ ଦିଆଯାଇଥିଲା ।
ଅଗ୍ନିଶମ ବିଭାଗ କର୍ମଚାରୀ ବିଭିନ୍ନ ଆପତକାଳୀନ ଉପକରଣ ଓ ବିପର୍ଯ୍ୟୟ ସମୟରେ ଉଦ୍ଧାରର ବିଭିନ୍ନ ରଣ କୌଶଳ ପରିଦର୍ଶନ କରିଥିଲେ ଓ ମକଡ୍ରିଲ କରିଥିଲେ ।ଏଥିରେ ଜିଲ୍ଲା ଏମରଜେନ୍ସି ଅଫିସ ର କନସଲଟାଣ୍ଟ ସଙ୍ଗୀତା ଦାସ, ଶୋଭା ନିର୍ଦେଶକ ଉଦୟେନ୍ଦୁ ମିଶ୍ର, କାମାକ୍ଷାନଗର ଫାୟାର ଅଫିସର କାହ୍ନୁ ଚରଣ ସ୍ବାଇଁ, ଫାୟାରମ୍ୟାନ୍ ଗୁରୁଚରଣ ସାହୁ, ପ୍ରତାପ କୁମାର ସ୍ବାଇଁ, ବନଜ କୁମାର ବେହେରା ପ୍ରମୁଖ ଯୋଗଦେଇ ଗୋଷ୍ଠୀ ସ୍ତରୀୟ ତାଲିମ ଓ ଉଦ୍ୟମ ସବୁବେଳେ ସଫଳ ହୋଇଥାଏ ବୋଲି ମତ ଦେଇ ବିପର୍ଯ୍ୟୟର ମୁକାବିଲାରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।ଶୋଭା ଅନୁଷ୍ଠାନ ର ପ୍ରୋଗ୍ରାମ ମ୍ୟାନେଜର ପ୍ରଶାନ୍ତ ଦାସ ଓ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ର ସମସ୍ତ କର୍ମଚାରୀ ଙ୍କ ମିଳିତ ସହଯୋଗ ରେ ଏହି କାର୍ଯ୍ୟକ୍ରମ ହୋଇଥିଲା

ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନିୟୁଜ୍




