State

ଅଇଲାଛାଟ ରେ ମାଣ୍ଡିଆ କ୍ଷେତ୍ର ପରିଦର୍ଶନ ଦିବସ ପାଳିତ 

 

ଉଲୁଣ୍ଡା ୪/୧୨ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଚଡାଈପଙ୍କ ପଞ୍ଚାୟତର ଅଇଲାଛାଟ ଗ୍ରାମର ବନମାଳୀ ମେହେରଙ୍କ ବିଲରେ ଆଜି ମାଣ୍ଡିଆ କ୍ଷେତ୍ର ପରିଦର୍ଶନ ଦିବସ ପାଳିତ ହୋଇଯାଇଛି ।ଓଡିଶା ମିଲେଟ ମିଶନ ତତ୍ବାବଧାନରେ ରାଧା ସ୍ବେଚ୍ଛାସେବୀ ସଂଗଠନ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ସଂଯୋଜକ ସୁଜିତ ସାହୁଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମ ଅଧିକାରୀ ପ୍ରିତିଶ ରୟ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଭବାନୀ ଶଙ୍କର ମେହେର ଉପସ୍ଥିତ ରହି ତଦାରଖ କରିଥିଲେ । ଏହି ଅବସରରେ 10ପ୍ରକାର ମାଣ୍ଡିଆର ଗୁଣବର୍ତ୍ତା ଓ ପାଣିପାଗକୁ ସୁହାଉଥିବା ମାଣ୍ଡିଆର ମୂଲ୍ୟାଙ୍କନ କରାଯାଇଥିଲା ।ଏଥିରେ ଅନୁଭବୀ ଚାଷୀ ଓ ନୂତନ ଚାଷୀଙ୍କୁ ମୂଲ୍ୟାଙ୍କନ ଦାୟିତ୍ୱ ଦିଆଯାଇଥିଲା । ଶେଷରେ ଉପଯୁକ୍ତ ମାଣ୍ଡିଆକୁ ଏହି ଅଞ୍ଚଳରେ ରୋପଣ କରାଯିବ ଏବିସି ବିନୋଦ କୁମାର ବେହେରା ଅତିଥି ପରିଚୟ କରାଇଥିବା ବେଳେ ସମସ୍ତ ସି ଆର ପି ସାହାଯ୍ୟ କରିଥିଲେ । ଶେଷରେ ସିଇଓ ଜୟବ୍ରତ କର୍ଣ୍ଣ ଧନ୍ୟବାଦ ଦେଇଥିଲେ । ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନିୟୁଜ୍ 

Related Articles

Back to top button