Education

ପୋଲିସ ଉଚ୍ଚ ବିଦ୍ୟାଳୟ ର ୩୨ତମ ବାର୍ଷିକ କ୍ରୀଡା ଉତ୍ସବ

ଭବାନୀପାଟଣା- ପୋଲିସ ଉଚ୍ଚ ବିଦ୍ୟାଳୟ ଭବାନୀପାଟଣାର ୩୨ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଟିତ ହୋଇଯାଇଛି । ଏହାର ଉଜ୍ଜlପନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ, କଳାହାଣ୍ଡି ଶ୍ରୀଯୁକ୍ତ ସୁଶାନ୍ତ କୁମାର ଚୋପଦାର ଅଧକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଶ୍ରୀ ଅବିନାଶ ଜୀ( ଆଇ. ପି. ଏସ)ଏସ୍.ପି କଳାହାଣ୍ଡି ଯୋଗ ଦେଇ ବିଜେତା ଛାତ୍ର ଛାତ୍ରୀ ମାନଙ୍କୁ ୧୧୫ଟି ପୁରସ୍କାର ବିତରଣ କରିଥିଲେ। 

ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ଜୟରାମ ସାହୁ ସ୍ବାଗତ ଅଭିଭାଷଣ ଓ ଧନ୍ୟବାଦ ରଖିଥିଲେ। କ୍ରୀଡା ଶିକ୍ଷକ ଯଦୁମଣି ତ୍ରିପାଠୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଟିତ କ୍ରୀଡା ଉତ୍ସବକୁ ଶ୍ରୀ ସରୋଜ କାନ୍ତ ପଣ୍ଡା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଯୋଗଦାନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଏବଂ ଶିକ୍ଷା ଲାଭ ପାଇଁ କ୍ରୀଡାର ଆବଶ୍ୟକତା ଅପରିହାର୍ଯ୍ୟ ବୋଲି ଛାତ୍ର ଛାତ୍ରୀ ମାନଙ୍କୁ କହିଥିଲେ ।ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ହେମନ୍ତ କୁମାର ମୁଣ୍ଡ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଉଜ୍ଜlପନୀ ଉତ୍ସବରେ ଶିକ୍ଷୟିତ୍ରୀ ଅରୁଣା ପଟ୍ଟନାୟକ ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ଗଙ୍ଗାଧର ନନ୍ଦ ପରିଚାଳନା କରିଥିଲେ। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button