ଶତାୟୁ,ବି.ବି.ହାଇସ୍କୁଲ,ଢେଙ୍କାନାଳରେ ବର୍ଣ୍ଣାଢ଼୍ୟ ବିଶ୍ଵ ଏଡସ୍ ସପ୍ତାହ ଓ ଦିବସ -୨୦୨୩ ପାଳିତ


ଢେଙ୍କାନାଳ: ତା.୦୩.୧୨.୨୦୨୩ ରିଖ: ( )ଆଜି ସ୍ଥାନୀୟ ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ ଙ୍କ ମାର୍ଗଦର୍ଶନରେ ବାଳକ ସ୍କାଉଟସ୍ ର ଦାୟିତ୍ଵରେ ଥିବା ଶିକ୍ଷୟିତ୍ରୀ ଅନୁପମା ପଣ୍ଡା ,ବାଳିକା ଗାଇଡ୍ ଦାୟିତ୍ଵରେ ଥିବା ଶିକ୍ଷୟିତ୍ରୀ କ୍ଷୀରାବଧିତନୟା ମହାପାତ୍ର,ବରିଷ୍ଠ ଶିକ୍ଷକ ତଥା ପ୍ରାକ୍ତନ ରାଷ୍ଟ୍ରପତି ସ୍କାଉଟ୍ ଡା. ଦେବୀ ପ୍ରସାଦ ମିଶ୍ର,ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ,କର୍ମଚାରୀ ,ବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟା,ସଦସ୍ୟ,ପ୍ରାକ୍ତନ ଛାତ୍ରୀ -ଛାତ୍ର ଆସୋସିଏସନ୍ ର ସଦସ୍ୟା ସଦସ୍ୟ ବୃନ୍ଦ ଓ ସମସ୍ତ ଉପସ୍ଥିତ ବାଳକ ସ୍କାଉଟ୍ ଓ ବାଳିକା ଗାଇଡ୍ ତଥା ବର୍ତ୍ତମାନର ଛାତ୍ରୀ-ଛାତ୍ର ମାନଙ୍କର ମିଳିତ ପ୍ରଚେଷ୍ଟାରେ ବିଦ୍ୟାଳୟ ଦୀର୍ଘ ଏକ ସପ୍ତାହ ଧରି ବର୍ଣ୍ଣାଢ଼୍ୟ ବିଶ୍ଵ ଏଡସ୍ ସପ୍ତାହ ଓ ଦିବସ -୨୦୨୩ ପାଳିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟର ବର୍ତ୍ତମାନର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳଙ୍କ ମାର୍ଗଦର୍ଶନରେ ବିଦ୍ୟାଳୟର କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ବରିଷ୍ଠ ଶିକ୍ଷକ ତଥା ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ୍ ଅଫିସର ଡ଼ା.ଦେବୀ ପ୍ରସାଦ ମିଶ୍ର ତଥା ପ୍ରାକ୍ତନ ରାଷ୍ଟ୍ରପତି ସ୍କାଉଟ୍ ମୁଖ୍ଯ ଅତିଥି ଭାବରେ ଯୋଗଦାନ କରି ବିଦ୍ୟାଳୟସ୍ତରୀୟ କାର୍ଯ୍ୟକ୍ରମରେ ପ୍ରମୂଖ ଭୂମିକା ଗ୍ରହଣ କରି ସ୍ଵାଗତଭାଷଣ, କାର୍ଯ୍ୟକ୍ରମର ସଭା ସଂଯୋଜନା ଓ ପରିଚାଳନା କରି ସ୍ଵୀୟ ଅଭିଭାଷଣରେ ବିଶ୍ଵ ଏଡସ୍ ସପ୍ତାହ ଓ ଦିବସ ପାଳନର ତାତ୍ପର୍ଯ୍ୟ,ଏହାର ପୃଷ୍ଠଭୂମି,ଏଡସ୍ ର କାରଣ,ବ୍ୟାପକତା ଦ୍ଵାରା ଏହାର ଶାରୀରିକ ଧ୍ଵଂସକାରୀ କ୍ଷମତା ଓ ଏହାଠାରୁ ନିଜକୁ ବଞ୍ଚାଇ ସୁରକ୍ଷିତ ରଖିବା ପାଇଁ ସଚେତନତା ହିଁ ସୁରକ୍ଷା ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ଏହି ଅବସରରେ ଏଡସ୍ ସମ୍ପର୍କରେ ବିଭିନ୍ନ ପେଣ୍ଟିଂ ଧରି, ସ୍ଲୋଗାନ୍ ଦିଆଯାଇ ଏକ ବର୍ଣ୍ଣାଢ଼୍ୟ ରାଲି ବିଦ୍ୟାଳୟ ନିକଟବର୍ତ୍ତୀ ଅଞ୍ଚଳରେ ବିଦ୍ୟାଳୟ ସ୍ତରୀୟ ଏହି ସ୍ଲୋଗାନ୍ ଲିଖନ,ଡ୍ରଇଁ ଓ ପେଣ୍ଟିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀ ମାନଙ୍କ ଶ୍ରେଷ୍ଠ କୃତିସବୁ ବିଚାରକ ମଣ୍ଡଳୀ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇ ମୁଖ୍ୟଅତିଥିଙ୍କ ଠାରୁ ରାଜ୍ୟ ଓ ଜାତୀୟ ପୁରସ୍କାରପ୍ରାପ୍ତ ପଣ୍ଡିତ ଡ଼ା.ରୁଦ୍ରନାରାୟଣ ମିଶ୍ର ସ୍ମୃତି ପୁରସ୍କାର ଗୁଡ଼ିକର ପ୍ରସଂଶାପତ୍ର ଓ ମୋମେଂଟୋ ଗ୍ରହଣ କରିଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସାରଙ୍ଗଧର ସାହୁ, ଉପସଭାପତି ସୁପ୍ରଭା ସ୍ୱାଇଁ,ସଦସ୍ୟା ଝରଣା ପାତ୍ର,ମୀନା ନାଏକ,ସୀମା ରାଣୀ ସାହୁ,ପ୍ରଭାସିନୀ ସାହୁ,ବିଜୟଲକ୍ଷ୍ମୀ ଜେନା,ଲକ୍ଷ୍ମୀକାନ୍ତ ଜେନା,ଦିଲାବର ହୁସେନ୍,ବିରଞ୍ଚି ନାଏକ,ବରିଷ୍ଠ ଶିକ୍ଷକ ତଥା ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ୍ ଅଫିସର ଡ଼ା.ଦେବୀ ପ୍ରସାଦ ମିଶ୍ର,ବରିଷ୍ଠ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣମୟୀ ଶତପଥୀ,ସମର ଶିକ୍ଷାର୍ଥୀ ନୌବାହିନୀ ପ୍ରାକ୍ତନ ଚିଫ୍ ଅଫିସର ଧ୍ୟାନଚାନ୍ଦ ମିଶ୍ର,ବରିଷ୍ଠ ଅବସରପ୍ରାପ୍ତ ପ୍ରାକ୍ତନ ସମର ଶିକ୍ଷାର୍ଥୀ ସ୍ଥଳବାହିନୀ ଚିଫ୍ ଅଫିସର ତଥା ବର୍ତ୍ତମାନର ଅତିଥି ଶିକ୍ଷକ ସୁଭାଷ କୁମାର ନନ୍ଦ,ବରିଷ୍ଠ ହିନ୍ଦୀ ଶିକ୍ଷକ ତଥା ପ୍ରାକ୍ତନ ସମର ଶିକ୍ଷାର୍ଥୀ ସ୍ଥଳବାହିନୀ ଅଫିସର୍ ଆଜିର ବିଚାରକ କିଶୋର ଚନ୍ଦ୍ର ସାମଲ,କାର୍ଯ୍ୟକ୍ରମର ଅନ୍ୟତମ ଯୁଗ୍ମ ସଂଯୋଜିକା ସମର ଶିକ୍ଷାର୍ଥୀ ସ୍ଥଳ ବାଳିକା ବାହିନୀ ଥାର୍ଡ ଅଫିସର ଅନୁପମା ପଣ୍ଡା,ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର,କାର୍ଯ୍ୟକ୍ରମର ଅନ୍ୟତମ ଯୁଗ୍ମ ସଂଯୋଜକ ସଂସ୍କୃତ ଶିକ୍ଷକ ତଥା ସମର ଶିକ୍ଷାର୍ଥୀ ସ୍ଥଳବାହିନୀ ବାଳକ ବିଭାଗ ଦାୟିତ୍ୱରେ ଥିବା କେୟାର ଟେକର ଅଫିସର୍ ଦିପ୍ତିଶ କୁମାର ଶତପଥୀ, କାର୍ଯ୍ୟକ୍ରମର ଅନ୍ୟତମ ଯୁଗ୍ମ ସଂଯୋଜିକା ସମର ଶିକ୍ଷାର୍ଥୀ ନୌବାହିନୀ ବାଳକ ଓ ବାଳିକା ବିଭାଗ ଦାୟିତ୍ୱରେ ଥିବା କେୟାର ଟେକର ଅଫିସର୍ କିରଣମୟୀ ମହାଳିକ,ସିଭିଲିଆନ ବାଳକ ଓ ବ୍ୟାଣ୍ଡ ଦଳ ଦାୟିତ୍ୱରେ ଥିବା କ୍ରୀଡ଼ା ଶିକ୍ଷୟିତ୍ରୀ ସ୍ମିତିସୁଧା ଜେନା,ତ୍ସୁନିତାବାଳା ଷଡ଼ଙ୍ଗୀ,ସ୍ୱାଗତିକା ରଥ, ସୁଜାତା ପଣ୍ଡା,ଗାଇଡ଼ ଶିକ୍ଷୟିତ୍ରୀ କ୍ଷୀରାବଧିତନୟା ମହାପାତ୍ର,ସୁଚିତ୍ରା ସାହୁ,କଲ୍ୟାଣୀ ବଡ଼ଜେନା, ଡେପୁଟେସନରେ କାର୍ଯ୍ୟରତା ଶିକ୍ଷୟିତ୍ରୀ ସୁନିତା ନାଥ,ଏଲିମେଣ୍ଟାରୀ ଶିକ୍ଷୟିତ୍ରୀ ସ୍ମିତା ପଟ୍ଟନାୟକ,ଅନିତା ସାହୁ,ସୁଜିତ କୁମାର ବାରା,ଏକମାତ୍ର ବରିଷ୍ଠ କାର୍ଯ୍ୟାଳୟ ସହକାରୀ ପ୍ରଫୁଲ୍ଲ କୁମାର ବିଶ୍ବାଳ,ବାସୁଦେବ ରଣା,ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ,ସନ୍ତୋଷ ଜେନା,ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଓ କର୍ମଚାରୀ ବୃନ୍ଦଙ୍କ ଯୋଗଦାନ ଓ ମିଳିତ ମାର୍ଗଦର୍ଶନରେ ଦୀର୍ଘ ଏକ ସପ୍ତାହ ଧରି ବର୍ଣ୍ଣାଢ଼୍ୟ ବିଶ୍ଵ ଏଡସ୍ ସପ୍ତାହ ଓ ଦିବସ -୨୦୨୩ ପାଳିତ ସାଫଲ୍ୟ ମଣ୍ଡିତ ହୋଇପାରିଥିଲା।ପରେପରେ ବିଦ୍ୟାଳୟର ସାଂସ୍କୃତିକ ବିଭାଗ ଦାୟିତ୍ୱରେ ଥିବା ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର ସୁଲଳିତ କଣ୍ଠରେ ସୁମଧୁର ଶାନ୍ତି ପାଠ କରିଥିଲେ ।ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ ଅଫିସର ଡା.ଦେବୀ ପ୍ରସାଦ ମିଶ୍ର ଦୀର୍ଘ ଏକ ସପ୍ତାହ ଧରି ବର୍ଣ୍ଣାଢ଼୍ୟ ବର୍ଣ୍ଣାଢ଼୍ୟ ବିଶ୍ଵ ଏଡସ୍ ସପ୍ତାହ ଓ ଦିବସ -୨୦୨୩ ପାଳନ ଅବସରରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କରାଯାଇଥିଲା।
ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନିୟୁଜ୍




