ସିସିଟିଭି ଲାଗି ପାରୁନି ବୋଲି ତିର୍ତ୍ତୋଲ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ରୁ ବାରମ୍ବାର ଚୋରି ହେଉଛି !


ତିର୍ତ୍ତୋଲ::- ସରକାରଙ୍କ ପାଞ୍ଚଟି- ଟି ଦ୍ୱାରା ପ୍ରଶାସନିକ କାର୍ଯ୍ୟପନ୍ଥା ଚାଲୁଥିବା ବେଳେ ବାଦ ପଡି ଯାଇଛି କି ତିର୍ତ୍ତୋଲ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ? ଗତ ତିନିମାସ ପୂର୍ବରୁ ଗୋଟିଏ ଏସି କେହି ଧୂର୍ତ୍ତ ବ୍ୟକ୍ତି ଚୋରି କରିନେଇଥିବା ବେଳେ ଏବେ -ଅଜଣା ଦୁର୍ବୃତ୍ତ ଙ୍କ ଦ୍ୱାରା ତିର୍ତ୍ତୋଲ ବ୍ଲକ ଶିକ୍ଷାଧିକାରୀଙ୍କ ଅଫିସରୁ କମ୍ପ୍ୟୁଟର ସିପିୟୁ ଦୁଇଟି, ଡେସ୍କ ଟପ ଦୁଇଟି, ଡେସ୍କ ଟପ ପିସି ଗୋଟିଏ, ଇନଭେଟର ଗୋଟିଏ, ପ୍ରିଣ୍ଟର ସ୍କାନର ଗୋଟିଏ, ମାଉସ ଗୋଟିଏ, କି ବୋର୍ଡ ଗୋଟିଏ,ଆକ୍ଵାଗାର୍ଡ ଗୋଟିଏ ସହିତ ସମସ୍ତ ସିଷ୍ଟମ ଓ ଆଶାବାବପତ୍ର ଚୋରି ହୋଇଯାଇଛି ! ବାରମ୍ବାର ଚୋରି ହେଉଥିବା ବିଷୟକୁ ଜିଲ୍ଲା ଶିକ୍ଷାଧିକାରୀ ବା ଶିକ୍ଷା ବିଭାଗ ଏତେ ଖାମଖିଆଲି ଭାବି ନେଉଛନ୍ତି କିପରି ? ସିସିଟିଭି ନ ଲଗେଇବା ପଛର କାରଣ କଣ ହେଇପାରେ ???ବର୍ତ୍ତମାନ ସମୟରେ ସମସ୍ତ ସରକାରୀ ଦପ୍ତର ମାନଙ୍କରେ ସିସିଟିଭି ଫୁଟେଜ ଲାଗୁଥିବା ବେଳେ ତିର୍ତ୍ତୋଲ ବ୍ଲକ ଶିକ୍ଷାଧିକାରୀ ଙ୍କ ଅଫିସରେ ଏହା ନଲାଗିବା କ୍ଷୋଭର ବିଷୟ ନୁହେଁ କି ??ଶିକ୍ଷାବିଭାଗର ଉଦାସୀନତା ହେତୁ ଚୋରି ହୋଇଥିବା ସାମଗ୍ରୀ ଓ ଚୋର ଙ୍କର ପରିଚୟ ମିଳିବା ଅସମ୍ଭବ ମନେ ହେଉ ଥିବା ବେଳେ ତିର୍ତ୍ତୋଲ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ! ତେବେ ଏହି ଚୋରି ପାଇଁ ଶିକ୍ଷାବିଭାଗ ସମ୍ପୂର୍ଣ୍ଣ ଦାୟୀ ବୋଲି ଚର୍ଚ୍ଚା ହେଉଛି !ଶିକ୍ଷାଧିକାରୀ ଅକ୍ଷୟ କୁମାର ବେହେରା ଙ୍କ ସୂଚନା ଅନୁସାରେ ନିହାତି ଭାବେ ରାତ୍ରି ଜଗୁଆଳି ସହିତ ସିସିଟିଭି ଲଗେଇବା ନିହାତି ଆବଶ୍ୟକ ହେଉଛି !
ଜଗତସିଂହପୁର ରୁ ଭାଗବତ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !




