State

କୋଡ଼ିବାହାଲ ସ୍ଥିତ ଭୀମ ଭୋଇ ସ୍ଵତନ୍ତ୍ର ଆବାସିକ ବିଦ୍ୟାଳୟରେ ବିଶ୍ଵ ଦିବ୍ୟାଙ୍ଗ ଦିବସ ପାଳିତ

କଣ୍ଟାମାଳ, ତା ୩/୧୨: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ପଞ୍ଚାୟତ ଅଧିନ କୋଡ଼ିବାହାଲ ସ୍ଥିତ ଭୀମ ଭୋଇ ସ୍ଵତନ୍ତ୍ର ଆବାସିକ ବିଦ୍ୟାଳୟରେ କଣ୍ଟାମାଳ ତାଲୁକ ଆଇନ ସେବା ସମିତି ତରଫରୁ ବିଶ୍ଵ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି। ଉକ୍ତ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ମନବୋଧ ନନ୍ଦଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ କଣ୍ଟାମାଳ ସହକାରୀ ଦୌରାଜର୍ଜ ତପନ କୁମାର ବେହେରା ଯୋଗଦେଇ ପ୍ରଥମେ ଅନୁଷ୍ଠାନର କର୍ତ୍ତା ଦିବ୍ୟାଙ୍ଗ ଶ୍ରୀ ନନ୍ଦଙ୍କ ଉଦ୍ୟମକୁ ବହୁତ ପ୍ରଶଂସା କରି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ସୁମଧୁର ସଙ୍ଗୀତ ଶୁଣି ବିମୋହିତ ହୋଇଥିଲେ ଓ ଦିବ୍ୟାଙ୍ଗମାନଙ୍କ ଅଧିକାର ଓ ସୁରକ୍ଷା ଉପରେ ଆଲୋକପାତ କରିଥିଲେ। ସେହିପରି ମୂଖ୍ୟବକ୍ତା ଭାବେ ଜୁଡିସିଆଲ ଫାର୍ଷ୍ଟକ୍ଲାସ ମାଜିଷ୍ଟ୍ରେଟ ସତ୍ୟନାରାୟଣ ଦାସ ଯୋଗ ଦେଇ ଆନ୍ତର୍ଜାତିକ ସ୍ତରରେ ଦିବ୍ୟାଙ୍ଗମାନଙ୍କ ସୁରକ୍ଷା ନିମନ୍ତେ ନିଆଯାଇଥିବା ପଦକ୍ଷେପ ଉପରେ ବିସ୍ତୃତ ଆଲୋଚନା କରିବା ସହିତ ଦିବ୍ୟାଙ୍ଗଦିବସର ଅନୁଚିନ୍ତା ଓ ଆଭିମୁଖ୍ୟ ସହିତ ସୁରକ୍ଷା ଆଇନ, ସ୍ୱାସ୍ଥ୍ୟଯତ୍ନ ଆଇନର ବିଭିନ୍ନ ପ୍ରାଧିକରଣ ସମ୍ପର୍କରେ ବୁଝାଇଥିଲେ।ଅନ୍ୟତମ ଅତିଥିଭାବେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ପ୍ରଭାତ କୁମାର ସାହୁ ଓ ଆମ୍ବଗାଁ ସରପଞ୍ଚ ପ୍ରତିନିଧି ଜୟ କିଶୋର ରଣା ଯୋଗଦେଇ ଦିବ୍ୟାଙ୍ଗ ହେଉଛନ୍ତି ଇଶ୍ଵର ଦତ୍ତ । ସେମାନେ ନିହାତି କୌଣସି ଗୁଣରେ ସାଧାରଣଙ୍କଠାରୁ ଉନ୍ନତ । ତେଣୁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ନିଜକୁ ଛୋଟ ନଭାବି ନିଜର ଅନ୍ତନିର୍ହିିତ ଗୁଣକୁ ବାହାର କରିବାକୁ ହେଲେ ନିଜର ମୌଳିକ ଅଧିକାର ବଳରେ ସରକାରୀ ସହାୟତା, ଆଇନ ସହାୟତା ପାଇଁ ସମସ୍ତ ସୁବିଧା ରହିଥିବା ନେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ। ଉକ୍ତ ସଭାରେ ୩୦ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିବା ସ୍ଥଳେ ତାଲୁକ ଆଇନ ସେବା ସମିତିର କାର୍ଯ୍ୟକ୍ରମ ସଂଯୋଜକ ଜ୍ୟୋତି ରଞ୍ଜନ ତ୍ରୀପାଠିଙ୍କ କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଘନଶ୍ୟାମ ନାଏକ ସଭା ପରିଚାଳନା କରିଥିବା ସ୍ଥଳେ ଶିକ୍ଷକ ରାହାସ ବିଭାର ଧନ୍ୟବାଦ ଦେଇଥିଲେ ଏବଂ ସମସ୍ତ ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button