State

ବାଉଁଶୁଣି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମାତୃ କର୍ମଶାଳା ଅନୁଷ୍ଠିତ। (ଫଟୋ) ବୌଦ୍ଧ-୩

ବୌଦ୍ଧ-୩-୧୨ (ସମର୍ଥ ନ୍ୟୁଜ) ବୌଦ୍ଧ ଜିଲ୍ଲା ସଦର ବ୍ଲକ ବାଉଁଶୁଣି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ରବିବାର ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅଭିଭାବିକା ନମିତା ପରଡ଼ିଆ ପ୍ରଦୀପ ପ୍ରଜ୍ବଳନ କରି କର୍ମଶାଳାକୁ ଆରମ୍ଭ କରିଥିଲେ। ପରିଚାଳନା ପରିଷଦ ସଭାପତି ହୃଦୟ ରଞ୍ଜନ ଖାମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ

ବୌଦ୍ଧ ସଂକୁଳ ପ୍ରମୁଖ ଦଶରଥ ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁ ମାନଙ୍କ ଶିକ୍ଷାଦାନ କ୍ଷେତ୍ରରେ ମା,ମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ପରିଷଦ ଉପସଭାପତି ସଦାନନ୍ଦ ମିଶ୍ର, ସମ୍ପାଦକ ସୁନୀଲ ବାରିକ, କୋଷାଧ୍ୟକ୍ଷ ବିମ୍ବାଧର ମେହେର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସଙ୍ଗୀତ,

କାହାଣୀ ଓ ଭାଷାର ବିକାଶ ନେଇ ଶିକ୍ଷକ ମାନେ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ। ପରିଷଦ ସଦସ୍ୟା ଜୟନ୍ତୀ ମେହେର ଧନ୍ୟବାଦ ଦେଇଥିଲେ। ପ୍ରଧାନ ଆଚାର୍ଯ୍ୟ ଦଧିବାବନ ରଣାଙ୍କ ତତ୍ୱାବଧାନରେ ଶିଶୁ ବାଟୀକା ପ୍ରମୁଖ ଅନୁପମା ଖଣ୍ଡୁଆଳ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ବୌଦ୍ଧରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ ନ୍ୟୁଜ।

Related Articles

Back to top button