ସୋନପୁର ଆଦର୍ଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଦୀବସୀୟ ଜୁନିୟର ରେଡକ୍ରସ ସଚେତନତା ଶିବିର ପାଳନ


ସୋନପୁର, ୩/୧୨(ସମର୍ଥ ନ୍ୟୁଜ୍) ସୁବର୍ଣ୍ଣପୁର ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ଆଦର୍ଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ବ୍ଳକ ସ୍ତରୀୟ ଏକ ଦିବସୀୟ ଜୁନିୟର ରେଡକ୍ରସ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏଡିଇଓ ତଥା ବ୍ଲକ ଶିକ୍ଷାଅଧିକାରୀ ଡା. ରାଧାକାନ୍ତ ଗଡଡିଆ ମୁଖ୍ୟଅତିଥି ଭାବରେ ଯୋଗଦେଇ ଜୁିନିୟର ରେଡକ୍ରସ ସହାୟତାରେ ସାମଜରେ ମାନବୀୟ ସେବା ଯୋଗାଇବାକୁ ଆହ୍ୱାନ ଦେଇଛନ୍ତି । ଜିଲ୍ଲା ଜୁନିୟର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ଶିବିରର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ଚଳିତ ମାସରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଶିକ୍ଷା ଓ ତାଲିମ ଶିବିର ସମ୍ପର୍କିତ କାର୍ଯ୍ୟକ୍ରମ ବିଷୟରେ ମାର୍ଗଦର୍ଶନ କରିଥିଲେ । ପ୍ରଧାନଶିକ୍ଷକ ବ୍ରତାନନ୍ଦ ଭୋଇ ଶିବିରରେ ଅଧ୍ୟକ୍ଷତା କରିଥିଲେ । ଶିବିରରେ ବ୍ଲକର ବିଭିନ୍ନ ସ୍କୁଲରୁ ଯୋଗଦେଇଥିବା ଜୁନିଅର ଛାତ୍ରଛାତ୍ରୀ ଏବଂ ପରାମର୍ଶଦାତା ମାନଙ୍କୁ ସାଧନକର୍ମି ଝସକେତନ ମେହେର, ଚନ୍ଦ୍ରଶେଖର ମହାପାତ୍ର, ଗୋପେଶ ପଣ୍ଡା, ହୃଷିକେଶ ଚାନ୍ଦ ପ୍ରମୁଖ ପ୍ରାଥମିକ ଚିକିତ୍ସା, ରେଡକ୍ରସ ଆନ୍ଦୋଳନ, ରକ୍ତଦାନ ଅଭିଯାନ, ରକ୍ଷକ ଭଳି ଜୀବନ ଉପଯୋଗୀ କୌଶଳ ବିଷୟରେ ତାଲିମ ଦେଇଥିଲେ ।ଏନେଇ ଏକ ଶାନ୍ତି ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ କୁଇଜ୍ କମ୍ପିଟିସନର କୃତୀ ପ୍ରତିଯୋଗୀଙ୍କୁ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ । ସ୍କାଉଟ ଗାଇଡ୍ର ଜିଲ୍ଲା କମିଶନର ଦୀନବନ୍ଧୁ ପଧାନ ରେଡ୍ କ୍ରସ୍ ପତାକା ଅବତରଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ହେମନ୍ତ ମେହେର, ବନବାସ ମେହେର ପ୍ରମୁଖ ସହଯୋଗ କରିଥିବା ବେଳେ ପରାମର୍ଶଦାତା ଦମୟନ୍ତି ଜଗଦଳା ଧନ୍ୟବାଦ ଅର୍ପଣ କରିଥିଲେ
ସୋନପୁର ରୁ ପରକ୍ଷିତ ବାଘଙ୍କ ରିପୋର୍ଟ




