State
ଜିଲ୍ଲାର ପ୍ରଥମ ଥର ଶ୍ରୀ ଜୀଉ ଙ୍କର ଚବିଶିବେଶ ଛପନଭୋଗ ପ୍ରଦର୍ଶନୀମହୋତ୍ସବ ପାଇଁ କଳସ ଯାତ୍ରା।


-ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ , ଶ୍ରୀ ରାମ ଚନ୍ଦ୍ରପୁର ରେ ଆଜିଠାରୁ ୧ମ ବାର୍ଷିକ ଶ୍ରୀଜଗନ୍ନାଥ ପଞ୍ଚରାତ୍ର ଓ ଚବିଶିବେଶ ଛପନ ଭୋଗ ପ୍ରଦର୍ଶନୀ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି ଶୂଭାଧିବାସ, କଳସ ଯାତ୍ରା, ଘଟସ୍ଥାପନ, ଧ୍ଵଜା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶ୍ରଦ୍ଧାଳୁମାନେ ସ୍ଥାନୀୟ ସାପୁଆଝର ନାଳରୁ ଜଳ କଳସ ନେଇ ପୂଜା ମଣ୍ଡପରେ ସ୍ଥାପନ କରିଥିଲେ ଆସନ୍ତାକାଲି ଠାରୁ ୬ ଦିନ ଧରି ଠାକୁରଙ୍କ ପ୍ରବଚନ କାର୍ଯ୍ୟକ୍ରମ ଆରମ୍ବ ହେବା ସଚିଦା ନନ୍ଦ ଦାସ ବାବାଜୀ ,ଇଂ ପାର୍ଥସାରଥି ମହାନ୍ତି ,ବାବା ସତ୍ଯ। ନନ୍ଦ ଦାସ ମହାରାଜା ,କ୍ରୁଷ୍ଣ ପ୍ରେମାନନ୍ଦ ସରସ୍ଵତୀ ,ପଣ୍ଡିତ ସୁର୍ଯ ନାରାୟଣ ରଥଶର୍ମା ,ବ୍ରହ୍ମାଚାରୀ ସତ୍ଯ ଚୈତନ୍ୟ ,ଡଃ ପ୍ରଫୁଲ ମିଶ୍ର ପ୍ରମୁଖ ପ୍ରବକ୍ତା ଠାକୁରଙ୍କ ଲୀଳା ଉପରେ ପ୍ରବଚନ ଦେବାର କାର୍ଯ୍ୟକ୍ରମ ରହିଛି। ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନିୟୁଜ୍




