State

ନୂଆପଡା ରେ ମାଣ୍ଡିଆ ଅମଳ ପର୍ବ ପାଳିତ ।

ବୌଦ୍ଧ -02-12-(ହୃଦାନନ୍ଦ ମେହେର )-ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ବଘିଆପଡା ଗ୍ରାମ ପଞ୍ଚାୟତ ନୂଆପଡା ଗ୍ରାମ ରେ ମାଣ୍ଡିଆ ଅମଳ ପର୍ବ ପାଳିତ ହାଇଯାଇଛି। ଏହି ମାଣ୍ଡିଆ ଅମଳ ପର୍ବ ରେ ବୌଦ୍ଧ ବ୍ଲକ୍ କୃଷୀ ଅଧିକାରୀ ସତ୍ୟପ୍ରକାଶ ଦାସ ସହକାରୀ କୃଷୀ ଅଧିକାରୀ ବେଜୟନ୍ତି ପ୍ରଧାନ ଓ କୃଷୀ ବିଭାଗର ଅଧିକାରୀ ବ୍ରଜବନ୍ଧୁ ମହାନ୍ତି ବଘିଆପଡ଼ା କୃଷୀ

ଗ୍ରାମ ସେବକ ଅମର କୁମାର ମହାକୁଡ, ଓଡିଶା ମିଲେଟ ମିଶନ୍ ଓ ବିଶ୍ୱ ଯୁବ କେନ୍ଦ୍ର ବୌଦ୍ଧ ବ୍ଲକ୍ ସଂଯୋଜକ ସୁମନ କୁମାର ପରିଡ଼ା ଉପସ୍ଥିତ ରହି କୃଷକ ମାନଙ୍କୁ ମାଣ୍ଡିଆ ଚାଷ ର ଉପକାରିତା ସରକାର ଙ୍କ ସୁବିଧା ଓ ମାଣ୍ଡିଆ ତିଆରି ଖାଦ୍ୟ ବିଷୟ ରେ ବୁଝାଇ ବା ସହିତ ସମସ୍ତ ଚାଷୀ ମାଣ୍ଡିଆ ଚାଷ କରିବା

ପାଇଁ ଏବଂ ସମସ୍ତେ ଖାଇବା ଥାଳିରେ ମାଣ୍ଡିଆ ର ପ୍ରସ୍ତୁତି ଖାଦ୍ୟ ଖାଇବାକୁ ଅନୁରୋଧ କରିଥିଲେ। ଆଦର୍ଶ କୃଷୀ ଉତ୍ପାଦକ କମ୍ପାନୀ ର ସି. ଇ. ଓ. ପ୍ରଭଞ୍ଜନ ଖେତି ଏହି କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିବା ବେଳେ ସହକାରୀ ବ୍ଲକ୍ ସଂଜଜକ ସୁଧକ୍ ନାଏକ ଏବଂ ସମସ୍ତ ସି. ଅର୍. ପି ଏହି କାର୍ଯ୍ୟ କ୍ରମ ରେ ସହୋଜଗ କରିଥିଲେ । ବଘିଆପଡା, ଟିକରପଡା ବ୍ରାହ୍ମଣୀପାଲି ଓ ବୌଦ୍ଧ ବ୍ଲକ୍ ର ଅନ୍ୟାନ୍ୟ ପଞ୍ଚାୟତର ଶତାଧିକ ଚାଷୀ ଅଂଶ ଗ୍ରହଣ କରିଥଲେ। ଶେଷରେ ସି. ଆର୍. ପି. ଧରଣୀଧର ଲାଉରିଆ ଧନ୍ୟବାଦ୍ ଦେଇ ସଭା ସମାପ୍ତ କରିଥିଲେ ।

 

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡିଶା

 

Related Articles

Back to top button