State

କଳାପଥ କଲେଜରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ

 

ଉଲୁଣ୍ଡା ୨/୧୨ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କଳାପଥର ସତ୍ୟବାଦୀ ଜୁନିଅର କଲେଜ ଠାରେ ଓଡିଶା ସରକାରଙ୍କ ଦ୍ୱାରା ପ୍ରାୟୋଜିତ ସାମାଜିକ କାର୍ଯ୍ୟ ସମନ୍ୱିତ ଯୁବ ବିକାଶ ଦକ୍ଷତା କାର୍ଯ୍ୟକ୍ରମ ଶୁଭାରମ୍ଭ ହେଇଯାଇଛି।ଏହି ଅବସର ରେ ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଥିବା ବେଳେ ଛାତ୍ରଛାତ୍ରୀ ମାନେ କଲେଜରୁ ପଦଯାତ୍ରାରେ ବାହାରି ନିକଟସ୍ଥ ଜଗନ୍ନାଥ ପାଲି ଗାଁରେ ସଚେତନତାର ବାର୍ତ୍ତା ପ୍ରଚାର କରିଥିଲେ। ଗାଁର ମଧ୍ୟସ୍ଥଳରେ ଏକ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ଜଗନ୍ନାଥ ପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କର୍ମୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜର ତ୍ରୁଣମୁଳ ସ୍ତରରେ ଏପରି କାର୍ଯ୍ୟକ୍ରମ ର ଆୟୋଜନକୁ ସାଧୁବାଦ ଜଣାଇଥିଲେ। ଏଥିରେ ସମ୍ମାନିତ ଅତିଥି ଭାବରେ ପଞ୍ଚାୟତର ମହିଳା ସରପଞ୍ଚ ସୂର୍ୟକାନ୍ତି ମେହେର କାର୍ଯ୍ୟକ୍ରମ ସଫଳତା କାମନା କରିଥିଲେ।ଆଶାକର୍ମୀ ବୁଲି ମେହେର ବାଲ୍ୟବିବାହ ର କୁପରିଣାମ ବିଷୟରେ ସଚେତନ କରିଥିବା ବେଳେ ଅଙ୍ଗନୱାଡ଼ି କର୍ମୀ ସବିତା ପଧାନ ଯୁବ ସମାଜ ଙ୍କୁ ସଚେତନ ହେବାକୁ ପରାମର୍ଶ ଦେଇଥିଲେ।ସଭା ଶେଷରେ ଅଧ୍ୟାପିକା ଦେବଯାନୀ ମେଶୁଆଙ୍କ ଦ୍ୱାରା ରଚିତ ଓ ନିର୍ଦ୍ଦେଶିତ ନାରୀଶିକ୍ଷା,ବାଲ୍ୟବିବାହ,ନିଶାନିବାରଣ,ଯୈାତୁକପ୍ରଥା ଓ ନାରୀ ସଶକ୍ତିକରଣ ଉପରେ ଆଧାରିତ ପଥପ୍ରାନ୍ତ ନାଟକ “ଆମେ ପାର୍ମୁ” ଛାତ୍ରୀ ମାନଙ୍କ ଦ୍ୱାରା ପ୍ରଦର୍ଶିତ କରାଯାଇଥିଲା।ଉକ୍ତ ସଭାରେ ରେଡ୍ କ୍ରସ୍ ର ପ୍ରୋଗ୍ରାମ୍ ଅଫିସର୍ କିଶୋର କୁମାର ସାହୁ ସଭାପତିତ୍ୱ କରିଥିବା ବେଳେ ଆଇ ୟୁ ଡି ପି ର ନୋଡାଲ୍ ଅଫିସର୍ ଅଧ୍ୟାପିକା ପ୍ରତିମା ବାରିକ୍ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନିୟୁଜ୍ 

Related Articles

Back to top button