ଏସଆଇପିଟି (SIPT )ଆଇଟିଆଇ ରେ ଅନୁଷ୍ଠିତ ହେଉଛି ଆଇୱାୟୀଡିପି (IYDP)


-ରାଜ୍ୟ ସରକାର ନୂତନ ଓଡିଶା ଅଭିଳାଷ ଲକ୍ଷ୍ୟରେ, ଶିକ୍ଷା ଅନୁଷ୍ଠାନ ରେ ଅଧ୍ୟୟନ ରତ ଯୁବ ବର୍ଗ ଙ୍କୁ ଏକକ ଯୁବ ବିକାଶ (IYDP )କାର୍ଯ୍ୟକ୍ରମ ରେ ସାମିଲ କରୁଛନ୍ତି l ଯୁବ ଛାତ୍ର /ଛାତ୍ରୀ ମାନଙ୍କ ଅନ୍ତର୍ନିହିତ ପ୍ରତିଭା ର ପରିପ୍ରକାଶ ନେଇ, ଉଚ୍ଚମାଧ୍ୟମିକ ଓ ମହାବିଦ୍ୟାଳୟ ଗୁଡିକରେ ପର୍ଯ୍ୟାୟ କ୍ରମେ IYDP ଅନୁଷ୍ଠିତ ହୋଇଛି l

ତେବେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ର ସରକାରୀ ଶିଳ୍ପ ପ୍ରତିଷ୍ଠାନ (SIPT )ରେ ସାତଦିନ ଧରି ଲଗାତାର ଭାବେ ଅନୁଷ୍ଠିତ ହେଉଛି IYDP କାର୍ଯ୍ୟକ୍ରମ ରେ ଅନେକ ଛାତ୍ର /ଛାତ୍ରୀ ମାନେ କ୍ରୀଡା, ସାଂସ୍କୃତିକ ଓ ସାମାଜିକ ୩ ଗୋଟି ବିଭାଗରେ ନିଜ ନିଜର ଦୃଢ଼ ଦକ୍ଷତା ର ପରିପ୍ରକାଶ କରିବେ ବୋଲି ପ୍ରତିଷ୍ଠାନ ର ଅଧ୍ୟକ୍ଷ ଶ୍ରୀ ସଂଜୀବ ରାୟସିଂ ଗଣମାଧ୍ୟମ ପ୍ରତିନିଧି ଙ୍କ

କ୍ୟାମେରା ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି l ଆହୁରି ଆଗକୁ ମଧ୍ୟ କାର୍ଯ୍ୟକ୍ରମ ଆଉ ୫ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଜଣାପଡିଛି l କାର୍ଯ୍ୟକ୍ରମ ରେ ପଟ୍ଟାମୁଣ୍ଡାଇ ଏନଏସି ଚେୟାରମ୍ୟାନ ହେମନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ IYDP କୁ ନେଇ ରାଜ୍ୟ ସରକାରଙ୍କୁ ବେଶ ପ୍ରଶଂସା କରିଛନ୍ତି l ଉକ୍ତ କାର୍ଯ୍ୟକ୍ରମ ରେ ପଟ୍ଟାମୁଣ୍ଡାଇ ବ୍ଲକ ର ଚେୟାରମ୍ୟାନ ପ୍ରଦ୍ୟୁମ୍ନ ସାମନ୍ତରାୟ ସମ୍ମାନୀୟ ଅତିଥି, ଜିଲ୍ଲା ନିୟୋଜନ ଅଧିକାରୀ ଘନଶ୍ୟାମ ଶାହା ଆମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ l ଆଜିର ଏହି କାର୍ଯ୍ୟକ୍ରମ ରେ ପ୍ରତିଷ୍ଠାନ ର ଅଧ୍ୟକ୍ଷ ଇଂ. ସଂଜୀବ ରାୟସିଂ, ଓ ସହଯୋଗୀ ଜଗନ୍ନାଥ ବାରିକ, ସୁଧାଂଶୁ ରାଉତ ଉପସ୍ଥିତ ଥିଲେ l ସେପଟେ ସ୍ଥାନୀୟ ଅଞ୍ଚଳ ର କାଉନସିଲର ସୁବାସ ମଲ୍ଲିକ ପ୍ରତିଷ୍ଠାନ ର ଶୁଭେଛୁ ଭାବେ ଯୋଗ ଦେଇ ଛାତ୍ର/ଛାତ୍ରୀ ମାନଙ୍କୁ ଜୀବନରେ ବଢିବା ପାଇଁ ଅନେକ ପ୍ରେରଣା ସହିତ ଉତ୍ସାହିତ କରିଥିଲେ l

*କେନ୍ଦ୍ରାପଡ଼ାରୁ ଜିଲ୍ଲାପ୍ରତିନିଧି ଅନିରୁଦ୍ଧ ସେଠୀ ଙ୍କ ରିପୋର୍ଟ (ସମର୍ଥ ନିୟୁଜ )*




