ବାଉଁଶୁଣି ଜୁନିୟର କଲେଜ ପକ୍ଷରୁ ପଲିଥିନ ମୁକ୍ତ ସଚେତନତା ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ।


ବୌଦ୍ଧ-୨-୧୨ (ସମର୍ଥ ନ୍ୟୁଜ) ଓଡିଶା ସରକାରଙ୍କ ପ୍ରାୟୋଜିତ ନୂଆ ଓଡିଶା ଯୁବ ଓଡିଶା, ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ ବୌଦ୍ଧ ଜିଲ୍ଲା ସଦର ବ୍ଲକ ବାଉଁଶୁଣିର ମା ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ଶନିବାର ଦ୍ୱିତୀୟ ଦିବସରେ ପଲିଥିନ ମୁକ୍ତ ବାର୍ତ୍ତା ନେଇ ବିଦ୍ୟାଳୟରୁ ଏକ ସଚେତନତା ରାଲି ବାହାରି ବାଉଁଶୁଣି ସହର ପରିକ୍ରମା କରିଥିଲା। ଏହାପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଡାକ୍ତରଖାନା ପରିସସରକୁ ସଫେଇ କରିଥିଲେ। ଏଥିସହ ଛାତ୍ରଛାତ୍ରୀ ମାନେ ସେଠାରେ ବୃକ୍ଷ ରୋପଣ ମଧ୍ୟ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଅଧ୍ୟକ୍ଷ

ମାନଭଞ୍ଜନ ତ୍ରିପାଠୀ ଉଦଘାଟନ କରିଥିଲେ। ସାମାଜିକ କାର୍ଯ୍ୟକ୍ରମର ନୋଡାଲ ଅଫିସର ଡ଼. ଉମାକାନ୍ତ ବିଶ୍ୱାଳ ଏହାକୁ ପରିଚାଳନା କରିଥିଲେ। ବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଏଥିରେ ସାମିଲ ହୋଇଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଡାକ୍ତର ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ବୌଦ୍ଧରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ ନ୍ୟୁଜ।




