State

ଉଦଘାଟନ ପରେ ବନ୍ଦ ଲୁଣିବାହାଲ ‘ଆମ ବ୍ୟାଙ୍କ’ ।

 

ବୌଦ୍ଧ -02/11-(ହୃଦାନନ୍ଦ ମେହେର )-ରାଜ୍ଯ ସରକାର ବ୍ୟାଙ୍କ ବିହୀନ ପଞ୍ଚାୟତ ରେ ବ୍ୟାଙ୍କିଙ୍ଗ ସେବା ପାଇଁ ଆରମ୍ଭ କରିଛନ୍ତି ‘ଆମ ବ୍ୟାଙ୍କ ‘ ବା ସି ଏସ୍ ପି ପ୍ଲସ୍। ସେଥିରୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଲୁଣିବାହାଲ ଏବଂ ତିଲେଶ୍ୱର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗତ ନଭେମ୍ବର 28 ତାରିଖ ଦିନ ଆମ ବ୍ୟାଙ୍କ ବହୁ ଆଡମ୍ବର ରେ ଉଦଘାଟିତ ହୋଇଥିଲା କିନ୍ତୁ ଉଦ୍ଘାଟନ ର ପରଦିନ ଠାରୁ ଗୁପ୍ତେଶ୍ଵର ପ୍ରଧାନ ଙ୍କ ନାମରେ ପଞ୍ଜୀକୃତ ଥିବା ଲୁଣିବାହାଲ ଆମ ବ୍ୟାଙ୍କ କେନ୍ଦ୍ର ରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକେ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅପେକ୍ଷା କରି କରି ଘରକୁ ଫେରୁଥିବା ଦେଖିବାକୁ ମିଳିଥିଲା। ଆମ ବ୍ୟାଙ୍କ କେନ୍ଦ୍ର ର କର୍ମଚାରୀ ଗୁପ୍ତେଶ୍ଵର ପ୍ରଧାନ ନିଜର ଏକ ଘରୋଇ କମ୍ପୁଟର ଦୋକାନ ରେ ଆମ ବ୍ୟାଙ୍କ ସେବା କାର୍ଯ୍ୟ କରୁଥିବା ସୂଚନା ମିଳିଛି ଫଳରେ ଲୋକେ ଦ୍ଵନ୍ଦ ରେ ପଡୁଥିବା କହୁଛନ୍ତି। ଉଦଘାଟନ ର ଚାରି ଦିନ ପର୍ଯ୍ୟନ୍ତ ଆମ ବ୍ୟାଙ୍କ କେନ୍ଦ୍ର ରେ ତାଲା ଝୁଲୁଥିବା କୁ ନେଇ ଏହା କେବଳ ରାଜ୍ୟ ସରକାର ଙ୍କ ଏକ ପ୍ରହସନ ବୋଲି ସାଧାରଣରେ ଚର୍ଚ୍ଚା ର ବିଷୟ ପାଲଟିଛି। ତେବେ ଏହାକୁ ନେଇ ବିଭାଗୀୟ କତୃପକ୍ଷ କିଭଳି କାର୍ଯ୍ୟାନୁଷ୍ଠାନ ନେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି।

 

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡିଶା

Related Articles

Back to top button