ବାଉଁଶୁଣି ଡିଗ୍ରୀ ଓ ଜୁନିୟର କଲେଜରେ ବିଶ୍ୱ ଏଡ଼ସ୍ ଦିବସ ପାଳିତ।

ବୌଦ୍ଧ- ୧-୧୨ ( ସମର୍ଥ ନ୍ୟୁଜ) ବୌଦ୍ଧ ଜିଲ୍ଲା ସଦର ବ୍ଲକ ବାଉଁଶୁଣି ମା ମାହେଶ୍ୱରୀ ଡିଗ୍ରୀ କଲେଜରେ ଯୁବ ଓଡିଶା ନୂତନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ୱ ଏଡ଼ସ୍ ଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ଅନିରୁଦ୍ଧ ମହାକୁଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବୌଦ୍ଧ ପଞ୍ଚାୟତ କଲେଜର ଅଧ୍ୟାପିକା ଗୀତାଞ୍ଜଳି ମହାପାତ୍ର ଓ ବୌଦ୍ଧ କଲେଜର ପୁର୍ବ ଅଧ୍ୟକ୍ଷ ପ୍ରଶାନ୍ତ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏଡ଼ସ୍ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ସଚେତନତା ମୂଳକ ବକ୍ତବ୍ୟ ପ୍ରଦାନ କରିଥିଲେ। ଅଧ୍ୟାପକ ବାବାରାମ ଦେହୁରୀ ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଡ଼. ପ୍ରଶାନ୍ତ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। ଏଅବସରରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ଆୟୋଜିତ ଏକ ସଚେତନତା ରାଲି କଲେଜରୁ ବାହାରି ସହର ପରିକ୍ରମା କରିଥିଲା। ସେହିପରି ମା ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏନଏସ ଏସ କୋ ୟୁନିଟ ଓ ରେଡ଼କ୍ରସ ୟୁନିଟ ଆନୁକୂଲ୍ୟରେ ବିଶ୍ୱ ଏଡ଼ସ୍ ଦିବସ ପାଳନ ପାଇଁ ଏକ ରାଲି କରାଯିବା ସହିତ ସଚେତନତା ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଦ୍ୟାଳୟ ଅଧ୍ୟକ୍ଷ ମାନଭଞ୍ଜନ ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ। ପୋଗ୍ରାମ ଅଫିସର ଡ଼. ଉମାକାନ୍ତ ବିଶ୍ୱାଳ ଓ ରେଡ଼କ୍ରସ କାଉନସେଲର ରମେଶ ମେହେର ସମସ୍ତ କାର୍ଯ୍ୟକ୍ରମକୁ ସଂଚାଳନ କରିଥିବା ବେଳେ ସମସ୍ତ ଅଧ୍ୟାପକ ଓ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।
ବୌଦ୍ଧରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ ନ୍ୟୁଜ।