State
ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟ ରେ ସମ୍ମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ

-ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ସ୍ଥିତ ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟ ରେ ଆଜି ସମ୍ମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି I ସଦର ଉପଖଣ୍ଡ ପୁଲିସ ଅଧିକାରୀ ବିଭୁତି ଭୂଷଣ ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଯୁବ ଗୋଷ୍ଠୀ ଉତ୍ତମ ଚରିତ୍ର ଗଠନ ଉପରେ ଗୁରୁତ୍ୱଆରୋପ କରିଥିଲେ I ମୁଖ୍ୟ ବକ୍ତା ଭାବେ ସାମ୍ବାଦିକ ଶିଶିର ଶତପଥୀ ଯୋଗ ଦେଇ ଯୁବ ସମାଜ ନିଜ କୁ ପରିବର୍ତ୍ତନ କଲେ ସମାଜ ପରିବର୍ତନ ରେ ସହାୟକ ହୋଇ ପାରିବ ବୋଲି କହିଥିଲେ I ସମ୍ମାନିତ ଅତିଥିଭାବେ ଗୋବିନ୍ଦପୁର ସରପଞ୍ଚ ଅରୁଣ କୁମାର ପରିଡା ଯୋଗ ଦେଇଥିଲେ I ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଭାତ କୁମାର ସାମଲ ଙ୍କ ସଭପତିତ୍ୱ ଅନୁଷ୍ଠିତ ସଭାରେ ଦିଲୀପ ଦାସ ସ୍ୱାଗତ ଭାଷଣ ଦେଇଥିଲେ I ଅଧ୍ୟାପିକା ମମତା ନାୟକ, ଅଧ୍ୟାପକ ଗୁରୁ ଚରଣ ନାୟକ ଯୋଗ ଦେଇ ଯୁବ ବିକାଶ ଦେଶ ର ବିକାଶ ବୋଲି କହିଥିଲେ |

ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନିୟୁଜ୍




