State

ବାଲିଯାତ୍ରା ର ଚତୁର୍ଥ ସନ୍ଧ୍ୟାର ଝଲକ

ତିର୍ତ୍ତୋଲ ::- ବର୍ଷ ପରେ ବର୍ଷ ବିତି ଯାଇଛି ! ବଦଳି ଯାଇଛି ନୌବାଣିଜ୍ୟର କଳେବର ! ଅବିଶ୍ୱାସ ପରି ଲାଗେ ଓଡ଼ିଶାର ସାଧବପୁଅ ମାନେ ଓଡ଼ିଶାର ଉତ୍ପାଦନ ଦ୍ରବ୍ୟ ବୋଇତ ଯୋଗେ ଜଳପଥରେ ବିଦେଶ ଯାଉଥିଲେ ! ଆଉ ବିଦେଶରୁ ବିଭିନ୍ନ ଦ୍ରବ୍ୟ ଘେନି ଫେରୁଥିଲେ ସ୍ବଦେଶକୁ ! ଏହି ବାଣିଜ୍ୟ ଭିତ୍ତିକ କାରବାର ପାଇଁ ତିର୍ତ୍ତୋଲ ପରି ଏକ ସ୍ଥାନରେ ଚେଳିତୋଳ ନାମରେ ଏକ ବନ୍ଦର ଅବସ୍ଥିତ ଥିଲା ! ସେଇ ଐତିହ୍ୟ କୁ ସ୍ମରଣ କରିବାକୁ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଠାରେ ଯେଉଁଠି ଅତୀତରେ ଚେଳିତୋଳ ନାମରେ ବନ୍ଦର ଥିଲା ! ଆଜକୁ ବାଇଶି ବର୍ଷ ହେବ ଅନୁଷ୍ଠିତ ହେଉଛି ବୋଇତ ବନ୍ଦାଣ ଓ ବାଣିଜ୍ୟ କାରବାର ପାଇଁ

ସପ୍ତଦିବସୀୟ ବିକ୍ରୟ ବିପଣି ! ପ୍ରତି ସଂନ୍ଧ୍ୟାରେ ଆୟୋଜିତ ହେଇଆସୁଛି ସାଂସ୍କୃତିକ ସଭା !ରାଜ୍ୟର ବିଭିନ୍ନ ପ୍ରଶାସନିକ ଅଧିକାରୀ ସହିତ ରାଜନେତା ମାନେ ଅତିଥି ହୋଇ ଆସୁଥିବା ବେଳେ,ଆଜି ଚତୁର୍ଥ ସନ୍ଧ୍ୟା ରେ ଆୟୋଜିତ ସଭାର ମୁଖ୍ୟଅତିଥି ଅଛନ୍ତି, କଟକ ସଦର ର ବିଧାୟକ ଶ୍ରୀଯୁକ୍ତ ଚନ୍ଦ୍ର ସାରଥୀ ବେହେରା !ମୁଖ୍ୟବକ୍ତା ଭାବେ ପାରାଦ୍ୱୀପ ର ଶ୍ରୀମତୀ ସବିତା ମହାପାତ୍ର ଥିବାବେଳେ ସମ୍ମାନିତ ଅତିଥି ଅଛନ୍ତି ସୁରେନ୍ଦ୍ର ବେହେରା,ମମତା ପାତ୍ର, ପିନାକୀ ପ୍ରିୟଦର୍ଶିନୀ,ଦିପ୍ତିମୟୀ ରାୟ, ଚନ୍ଦ୍ରଶେଖର ଦାସ ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି !ପୂର୍ବର ଐତିହ୍ୟ କୁ ନିଜନିଜର ଭାଷାରେ ବଖାଣି ଥିଲେ ସମସ୍ତ ଅତିଥି ମାନେ ! ଆଜିର ମନୋରଞ୍ଜନ ନୃତ୍ୟ ସଂଗୀତ ରେ କଲିକତାର ନଟରାଜ ଡ୍ୟାନ୍ସ ଗ୍ରୁପ, ଶିବାନୀ ଡ୍ୟାନ୍ସ ଗ୍ରୁପ, ଋତୁପର୍ଣ୍ଣା ଡ୍ୟାନ୍ସ ଗ୍ରୁପ ଖୁବ ଉଚ୍ଚକୋଟୀର କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଥିଲା ! ପଣ୍ୟ ବଜାର ରେ ପ୍ରବଳ ଭିଡ ଲାଗିରହିଥିଲା !

ବାଲିଯାତ୍ରାର ମଜା ଲୁଟୁଛନ୍ତି ଜିଲ୍ଲାର ଦର୍ଶକମାନେ !

 

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button