Education

ହରିଣାପାଲି ସ୍କୁଲ ରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ 

 

ଉଲୁଣ୍ଡା ୧/୧୨ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ କ୍ଲଷ୍ଟର ର ହରିଣାପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଗରୁଡଧ୍ୱଯ ପୂଜାହାରୀ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ ଉଲୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋଲକ ବିହାରୀ ପଣ୍ଡା, ସମ୍ମାନିତ ଅତିଥି ଭାବରେ ସହଗୋଷ୍ଠୀ ଶିକ୍ଷା ଅଧିକାରୀ ମୁକେଶ କୁମାର ଭୋଇ, ଜନାର୍ଦ୍ଦନ ସାହୁ, ସନ୍ତୋଷ ପୁରୋହିତ,ପଦାର୍ଥ ଲୁହା, କ୍ଲଷ୍ଟର ସଂଯୋଜକ ସୁଧାଂଶୁ ଶେଖର ଲୁହା, ପୂର୍ବତନ କ୍ଲଷ୍ଟର ସଂଯୋଜକ ବିଜୟ ହୋତା, ପୂର୍ଣ୍ଣଚନ୍ଦ୍ର ପାଢୀ ଓ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ସଂଗୀତକାର ଶ୍ରୀଧର ବାଗ ଯୋଗ

ଦେଇଥିଲେ। ଏଥିରେ ମକୁନ୍ଦ ଧରୁଆ ସଭା ପରିଚାଳନା କରିଥିବା ବେଳେ ଜନ୍ମେଜୟ ବିଶି ସ୍ୱାଗତ ଭାଷଣ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ଗୋପାଳ ନାଏକ୍, ସୁରେଶ ପଧାନ,ରାଧାଚରଣ ବାରିକ,ଷଷ୍ଠୀ ଧରୁଆ,ଶୁଭଲକ୍ଷ୍ମୀ ପଧାନ ପ୍ରମୁଖ ସହଯୋଗ କରିଥିଲେ।

ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନିୟୁଜ୍ 

Related Articles

Back to top button