କୋଟସମଲାଇ ହାଇସ୍କୁଲ ର ବାର୍ଷିକ କ୍ରୀଡା ଅନୁଷ୍ଠିତ


ସୁବର୍ଣ୍ଣପୁର ଜିଲ୍ଳା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଏ ଶ୍ରୀ ଜଗନ୍ନାଥ ଏକାଡେମୀ ର ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି।ପ୍ରାରମ୍ଭ ରେ ବରିଷ୍ଠ ଶିକ୍ଷକ ଅନିରୁଦ୍ଧ ପାଢ଼ୀ ଓ ଖେଳ ଶିକ୍ଷକ ସାନ ଡାଙ୍ଗ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଛାତ୍ର ଛାତ୍ରୀ ମାନେ ମଶାଳ ଶୋଭାଯାତ୍ରା ରେ ଖେଳ ପଡିଆକୁ ଆସିଥିଲେ।

ଏଥିରେ ପ୍ରଧାନଶିକ୍ଷୟିତ୍ରୀ ଶୋଭାଶିନୀ ମିଶ୍ର ପ୍ରଦୀପ ପ୍ରଜ୍ଵଳନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ମୋ ସ୍କୁଲ ଅଭିଯାନ ର ସଭାପତି ନଳିନିକାନ୍ତ ବାଘ ଯୋଗ ଦେଇ ଖେଳ ମଣିଷକୁ ଶାରୀରିକ ସୁସ୍ଥତା ସହ ମାନସିକ ସୁସ୍ଥତା ପ୍ରଦାନ କରେ ବୋଲି ମତ ରଖିଥିଲେ।ଶିକ୍ଷକ ତଥା ଯୁବକବି ଶଙ୍ଖସିନ୍ଧୁ ପୁରୋହିତ ,ଖେଳ ମନୋଭାବ ଜୀବନ ରେ ସଫଳତାର ଶୀର୍ଷକୁ ଛୁଇଁବାକୁ ସାହାଯ୍ୟ କରେ ବୋଲି ମତ ରଖିଥିଲେ। ବ୍ଲକ ବିଜ୍ଞାନ ସମ୍ପାଦକ ତଥା ବରିଷ୍ଠ ବିଜ୍ଞାନ ଶିକ୍ଷକ ସୁଧିର କୁମାର ହୋତା ସମଗ୍ର କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ। ଡ଼. ପ୍ରଫୁଲ୍ଲ କୁମାର ସାହୁ, ଜ୍ଞାନ ପ୍ରକାଶ ଟାପ୍ନୋ ସମେତ ବିଦ୍ୟାଳର ସମସ୍ତ ଛାତ୍ର ଛାତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ




