କଣ୍ଟାମାଳରେ ବ୍ଲକ ସ୍ତରୀୟ ଖଣ୍ଡାୟତ ଓଡ଼ିଆ ସମାଜର ମହାସଭା


କଣ୍ଟାମାଳ,ତା ୩୦/୧୧ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖଣ୍ଡାୟତ ଓଡ଼ିଆ ସମାଜର ଏକ ବ୍ଲକସ୍ତରୀୟ ସାଧାରଣ ଅଧିବେଶନ କଣ୍ଟାମାଳ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି l ସମାଜର ବ୍ଲକ ସଭାପତି ଧନେଶ୍ୱର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବ୍ଲକ ସାଧାରଣ ସମ୍ପାଦକ ଠାକୁର ଚରଣ ନାୟକ ସମାଜର ବିକାଶ ପାଇଁ ସମସ୍ତେ ହାତକୁ ହାତ ମିଳେଇ କାମ କରିବା ଓ ସମାଜର ରୀତିନୀତି ଅନୁସାରେ ପୂଜାର୍ଚ୍ଚନା, ବିବାହ,ମୃତାହ ଆଦି କାର୍ଯ୍ୟ ସାମାଜିକ ପ୍ରଥାନୁଶାରେ ପାଳନ କରିବାକୁ ଅନୁରୋଧ କରାଯାଇଥିଲା। ସମାଜର ସୁବିଧା ଅସୁବିଧାରେ ସମସ୍ତେ ସହଯୋଗ କରିବାକୁ ସହସମ୍ପାଦକ ପୁରୁଷୋତ୍ତମ ଦଳବେହେରା ଆହ୍ୱାନ କରିଥିଲେ l ଏହି ବ୍ଲକର ୨୪ଗୋଟି ଗ୍ରାମପଂଚାୟତର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କୁ ନେଇ ସର୍ବସମ୍ମତି କ୍ରମେ କମିଟୀର ପରିଚାଳନା ପାଇଁସଦସ୍ୟ ମନୋନୟନ କରାଯାଇଥିଲା l ଏଥିରେ ବିକର୍ତ୍ତନ ଗୁରୁଙ୍କୁ କୋଷାଧ୍ୟକ୍ଷ ଓ ଶ୍ରୀରାମ ପରିଛା, ରୋହିତ ବଡଚାଟ, ବିପିନ ଗୁରୁ, ଡମ୍ବରୁ ଦଳବେହେରା, ଘନଶ୍ୟାମ ଦଳ ବେହେରା, ନବ ଦ୍ୱାରି, ଚାଣ୍ଡଳ ପରିଛା, ଖିରୋଦ ଗୁରୁଙ୍କୁ କାର୍ଯ୍ୟକାରୀ ସଦସ୍ୟଭାବେ ମନୋନୀତ କରାଯାଇଛି l ସଭାରେ ଶହେ ଘରରୁ ଉର୍ଦ୍ଧ୍ୱ ଜାତି ଭାଇ ଯୋଗ ଦେଇ ସମାଜର ଉନ୍ନତି ପାଇଁ ନିଜ ନିଜର ମତ ରଖିଥିଲେ l ଶେଷରେ ଗୌର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ



