ବର୍ଡ଼ର ସିକୁରିଟି ଫୋର୍ଷର 65 ତମ ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରେସ ମିଟ.


ଭୁବନେଶ୍ୱର ଆଜି ସ୍ଥାନୀୟ ସୈନିକ ସ୍କୁଲ ନିକଟରେ ଥିବା ବର୍ଡ଼ର ସିକୁରିଟି ଫୋର୍ସ ଅଫିସ ପ୍ରାଙ୍ଗଣରେ ବର୍ଡ଼ର ସିକୁରିଟି ଫୋର୍ସ ତରଫରୁ ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଯାଉଥିବା 65 ତମ ପ୍ରତିଷ୍ଠା ଦିବସ ପାଳନ ସମ୍ବନ୍ଧରେ ଓ ବିଗତ ବର୍ଷକର ସଫଳତା ବିଷୟରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ. ଆସନ୍ତା କାଲି ବିଏସଏଫ ତାର 65ତମ ପ୍ରତିଷ୍ଠା ଦିବସ ହଜାରିବାଗ ଠାରେ ରାଷ୍ଟ୍ରୀୟ ସ୍ତରରେ ଓ ବରୁଣେଇ ଖୋର୍ଦ୍ଧାରେ ରାଜ୍ୟ ସ୍ତରୀୟ ଉତ୍ସବ ପାଳନ କରିବା. ମାନନୀୟ ଗୃହ ମନ୍ତ୍ରୀ ଅମିତସାହା ଅଭିବାଦନ ଗ୍ରହଣ କରିବେ ଓ ରାଜ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଅଭିବାଦନ ଗ୍ରହଣ କରିବାର ସ୍ଥିର ହୋଇଛି ଓ ଏହା ସହ ନକ୍ସଲ ମୁକାବିଲା କ୍ଷେତ୍ରରେ ସହିଦ ହୋଇଥିବା 14ଜଣ ପରିବାରକୁ ସମ୍ମାନିତ କରାଯିବ ବୋଲି କହିଛନ୍ତି ବିଏସଏଫ ଆଇଜି ଡି କେ ଶର୍ମା. ଏହି ସାମ୍ବାଦିକ ସମ୍ମିଳନୀରେ ଗତ ତିନି ବର୍ଷାରେ ବିଏସଏଫ ଯବାନଙ୍କ ଦୃଢ଼ ପଦକ୍ଷେପ ଯୋଗୁଁ ଓଡିଶାର କୋରାପୁଟ ମାଲକାନଗିରି ରାୟଗଡା ଜିଲ୍ଲା ମାନଙ୍କରେ କୌଣସି ନକ୍ସଲ ଆକ୍ଟିଭିଟି ନାହିଁ ଏବେ କେବଳ କନ୍ଧମାଳ ଓ ବୌଦ ଜିଲ୍ଲାରେ କିଛି କିଛି ନକ୍ସଲ ଦୌରାତ୍ମ୍ୟ ଦେଖିବାକୁ ମିଳୁଥିବାରୁ ରାୟଗଡା ବିଏସଏଫ ଇୟୁନିଟ ଫୁଲବାଣୀକୁ ଯିବ ଓ କୋରାପୁଟ ଇୟୁନିଟକୁ ବାଲିଗୁଡା ଯିବାକୁ ସ୍ଥିର କରାଯାଇଛି ବୋଲି ଆଇଜି ଶ୍ରୀ ଶର୍ମା ସୂଚନା ଦେଇଛନ୍ତି. ମାଲକାନଗିରିର ସ୍ୱାଭିମାନ ଅଂଚଳରେ ବର୍ତମାନ ପୁରା ଶାନ୍ତ ପରିବେଶ ଓ ଆନ୍ଧ୍ର ତଥା ଛତିଶଗଡ ସୀମା ଅଂଚଳରେ କାଁ ଭାଁ ନକ୍ସଲ କାର୍ଯ୍ୟକ୍ରମ ଦେଖିବାକୁ ମିଳୁଥିବାରୁ ବିଏସଏଫ ରାଜ୍ୟ ସରକାରଙ୍କ ଏସୋଜି ମାନଙ୍କ ସହ ମିଶି ଓଡ଼ିଶାରେ ଆଉ ନକ୍ସଲ କାର୍ଯ୍ୟକ୍ରମ ଦେଖିବାକୁ ଦେବୁନି ବୋଲି ଶ୍ରୀ ଶର୍ମା କହିଥିଲେ. ଏହି ପରିପେକ୍ଷୀରେ ନକ୍ସଲ ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସମ୍ପୂର୍ଣ ସହଯୋଗ ରହି ଆସୁଥିବାରୁ ରାଜ୍ୟ ପୋଲିସକୁ ଧନ୍ୟବାଦ ଦେଇଥିଲେ.ଅନ୍ୟ ମାନଙ୍କ ମଧ୍ୟରେ ଡିଆଇଜି ଧୀରେନ୍ଦ୍ର କୁମାର, ଡିଆଇଜି ସଂଜିତ କୁମାର ଓ ଡିଆଇଜି ଏ କେ ଶର୍ମା ଉପସ୍ଥିତ ଥିଲେ.
ଭୁବନେଶ୍ୱର ରୁ ଦେବ ପ୍ରସାଦ ମହାନ୍ତି ଙ୍କ ରିପୋର୍ଟ ସମର୍ଥ ନିୟୁଜ୍




