State

ଅସମ୍ପୂର୍ଣ ଗଭୀର ନଳକୂପ ଜଳସେଚନ ପ୍ରକଳ୍ପର ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ 

 

 କଣ୍ଟାମାଳ, ତା ୩୦।୧ , ( ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଶୁଣ୍ଢୀପଦର, ବିଳାସପୁର, ଗୁଡଭେଲିପଦର, ମନମୁଣ୍ଡା,ଘିକୁଣ୍ଡି, ଖଟଖଟିଆ, ଶିମିଳିପଦର, ପଲଶାଗୋରା, ଦପଲା, ରୁଣ୍ଡିମହୁଲ, ଘଣ୍ଟାପଡ଼ା, ଖୁଣ୍ଟିଗୋରା, ବରଗାଁ, ଯୋଗୀନ୍ଦ୍ରପୁର ପଞ୍ଚାୟତର ଏକ ହଜାରରୁ ଅଧିକ ଚାଷୀ ଅସମ୍ପୂଣ୍ଣ ଗଭୀର ନଳକୂପ ଜଳସେଚନ ପ୍ରକଳ୍ପ ସମସ୍ୟାର ସମାଧାନ ଦାବୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶା ଓ ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି |ସୂଚନା ଅନୁସାରେ ଉପରୋକ୍ତ ପଞ୍ଚାୟତର ପ୍ରାୟ ଏକ ହଜାର ଚାଷୀ ୨୦୧୯ ମସିହା ଗଭୀର ନଳକୂପ ଖନନ ଯୋଜନାରେ ୨୦ହଜାର ଟଙ୍କାର ଫିଜ ଦାଖଲ କରିଥିଲେ |ଫିଜ ଦାଖଲ ହେବା ପରଠୁ ମହାମାରୀ କରୋନା ଯୋଗୁଁ ଉକ୍ତ କାଯ୍ୟରମ୍ଭ ହୋଇପାରିନଥିଲା |ପରେ କରୋନା କମିବାରୁ ୨୦୨୧ମସିହାରେ ଏହାର ଖନନ କାର୍ଯ୍ୟ କରିଦେଇ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ କି କୌଣସି ସମାଧାନ କରାଯାଇନାହିଁ ।ଏବିଷୟରେ ଚାଷୀମାନେ ବିଭିନ୍ନ ସମୟରେ ବୌଦ୍ଧ ଜିଲ୍ଲାପାଳଙ୍କ ସହ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା। ଫଳରେ ଚାଷି ଅନେକ ଥର ବିକ୍ଷୋଭ ଓ ରାସ୍ତାରୋକ କରିଥିଲେ । ବାରମ୍ଵାର ପ୍ରତିଶୃତି ଦେଇ ଚାଷୀଙ୍କୁ ଅଣଦେଖା କରିବା ଯୋଗୁଁ ଶେଷରେ ଚାଷୀ ମାନେ ୨୯ତାରିଖ ଦିନ ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ବୌଦ୍ଧ ଉପଜିଲ୍ଲାପାଳ ରବୀନ୍ଦ୍ର ନାଥ କଅଁରଙ୍କ ଜରିଆରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଚାଷୀମାନଙ୍କ ମଧ୍ୟରେ ନିରଞ୍ଜନ କର୍ଣ୍ଣ, ଶିଶିର ଘୋଷ,ମଧୁସୂଦନ ସେଲମା, ପ୍ରହ୍ଲାଦ ପୋଢ଼, ଚମ୍ପେଶ୍ୱର ପ୍ରଧାନ, ସୁଦାମ ସେଠିଙ୍କ ସମେତ ଅନେକ ଚାଷୀ ଉପସ୍ଥିତ ଥିଲେ |

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button