ହାଇୱା ଧକ୍କା ରେ ବୃଦ୍ଧ ମୃତ, ମୃତକ ଙ୍କ ପରିବାର କୁ ରେଡ଼କ୍ରସ ପାଣ୍ଠିରୁ 10,000ଟଙ୍କା ଆର୍ଥିକ ସହାୟତା ପ୍ରଦାନ।


ବୌଦ୍ଧ -30/11-(ହୃଦାନନ୍ଦ ମେହେର )-ପୁରୁଣାକଟକ ଥାନା 57ନଂ ଜାତୀୟ ରାଜପଥ ପୁରୁଣାକଟକ ପେଟ୍ରୋଲ ପମ୍ପ ଠାରେ ଗୁରୁବାର ଦିନ ହାଇୱା ଧକ୍କା ରେ ଜଣେ ବୃଦ୍ଧ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଘଟଣା ଅନୁଯାଇ ଆଜି ସକାଳ ପ୍ରାୟ 6ଘଣ୍ଟା ସମୟରେ OD 27C 7517 ନଂ ଥିବା ଏକ ବାଲି ବୋଝେଇ ହାଇୱା ପେଟ୍ରୋଲ ପମ୍ପ କୁ ତେଲ ପକାଇ ଯାଇଥିବା ସମୟରେ ଫୁଲବାଣୀ ଜିଲ୍ଲା ଖଜୁରୀପଡା ଅଂଚଳ ର ଏକ ବୃଦ୍ଧ ପୁରୁଣାକଟକ ଅଂଚଳ ରେ ରହୁଥିଲେ ଓ କୌଣସି କାର୍ଯ୍ୟ ରେ ଆସିଥିବା ବେଳେ ପଛରୁ ହାଇବା ଧକ୍କା ଦେଇଥିଲା। ଫଳରେ ଦୁର୍ଘଟଣା ସ୍ଥଳରେ ବୃଦ୍ଧ ଙ୍କ ମୃତ୍ୟୁ ହୋଇଛି। ହାଇୱା ଡ୍ରାଇଭର ଫେରାର ଥିବା ବେଳେ ଉକ୍ତ ଗାଡି ବୌଦ୍ଧ ଜିଲ୍ଲାର ବୋଲି ଜଣା ପଡିବା ସହିତ ଘଟଣା ସ୍ଥଳରେ ପୁରୁଣାକଟକ ପୋଲିସ ପହଂଚି ଗାଡି ଓ ଶବ ଜବଦ କରି ତଦନ୍ତ ଚାଲୁ ରଖିଥିବା ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ସୂଚନା ଦେଇଛନ୍ତି। ତତ ସହିତ ପୁରୁଣାକଟକ ରାଜସ୍ବ ନିରୀକ୍ଷକ ଲଷ୍ମୀପ୍ରିୟା ସାହୁ ମୃତକ ଙ୍କ ପରିବାର କୁ ରେଡ଼କ୍ରସ ପାଣ୍ଠିରୁ 10,000ଟଙ୍କା ଆର୍ଥିକ ସହାୟତା ସ୍ଥାନୀୟ ସରପଞ୍ଚ ଅଶୋକ ସେଠୀ ଙ୍କ ଉପସ୍ଥିତି ରେ ପ୍ରଦାନ କରିଥିବାର ଜଣାପଡିଛି ।
ବୌଦ୍ଧ ରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡିଶା




