Religion

କ୍ଷୁଦ୍ର ଶସ୍ୟ ଖାଦ୍ୟ ମେଳା ଅନୁଷ୍ଠିତ।

 

ବୌଦ୍ଧ -30/11-(ହୃଦାନନ୍ଦ ମେହେର )-ବୌଦ୍ଧ ଜିଲ୍ଲା କଚେରୀ ପଡ଼ିଆରେ ଚାଲିଥିବା ଦୁଇ ଦିନ ଧରି ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉପଲକ୍ଷେ, ଓଡ଼ିଶା ମିଲେ‌ଟ୍ ମିଶନ ଓ ବିଶ୍ଵ ଯୁବ କେନ୍ଦ୍ର ତରଫରୁ କ୍ଷୁଦ୍ର ଶଶ୍ୟ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଖାଦ୍ୟ ମେଳାରେ ପ୍ରଥମ ଦିନରେ ଅତିଥି ଭାବରେ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ମାନ୍ୟବର ମନ୍ତ୍ରୀ ପଞ୍ଚାୟତରାଜ, ଜଳ ଓ ପରିମଳ, ଜଙ୍ଗଲ ଓ ପରିବେଶ ଓ ସୂଚନା ଓ ଲୋକସଂପର୍କ ବିଭାଗ, କଣ୍ଡାମାଳ ବିଧାୟକ ଓ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ମହୀଧର ରଣା, ଅତିରିକ୍ତ ଜିଲ୍ଲାପାଳ ବୌଦ୍ଧ ଦାରିଦ୍ର୍ୟ ଭଞ୍ଜନ ମଦନ ମୋହନ ପ୍ରାତ, ଦ୍ଵିତୀୟ ଦିନରେ ଉପ- ବାଚସ୍ପତି ସାଲୁଗା ପ୍ରଧାନ, ଜିଲ୍ଲାପାଳ ବୌଦ୍ଧ ନୃସିଂହ ଚରଣ ସ୍ବାଇଁ, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିଯଦର୍ଶ ପ୍ରତ୍ୟୁଷ ରଥ, କଣ୍ଡାମାଳ ବ୍ଲକ

ଅଧ୍ୟକ୍ଷା,ହରଭଙ୍ଗଆ ବ୍ଲକ ଅଧ୍ୟକ୍ଷା ମାନ୍ୟବର ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକୁ ସଫଳ କରିଥିଲେ। ଏହି ଖାଦ୍ୟ ମେଳାରେ ମାଣ୍ଡିଆରୁ ପ୍ରସ୍ତୁତି ବିଭିନ୍ନ ଖାଦ୍ୟ ଯଥା ମାଣ୍ଡିଆ କାକରା, ଆରିଷା, ଲଡୁ, ମାଣ୍ଡିଆ ବରା, ଆଳଚପ୍, ପକୁଡ଼ି, ମାଣ୍ଡିଆ ଖିରୀ, ମାଣ୍ଡିଆ ସୂପ୍, ମାଣ୍ଡିଆ ବିଭିନ୍ନ ପ୍ରକାରର ମିଠା ଇତ୍ୟାଦି ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ଅତିଥି ଓ ସର୍ବସାଧାରଣଙ୍କୁ ବଣ୍ଟନ କରାଯାଇଥିଲା। ଏହି ଅବସରରେ ଜିଲ୍ଲା କୃଷି ଅଧିକାରୀ ବସନ୍ତ କୁମାର ପାଣିଗ୍ରାହୀ, ଜିଲ୍ଲା ସଂଯୋଜକ ରଶ୍ମି ରଞ୍ଜନ ସେଠୀ ମିଶନ ଶକ୍ତି, ଜିଲ୍ଲା ଶିଶୁ ଅଧିକାରୀ ମିନତୀ ଦେଓ, ବ୍ଲକ ସଂଯୋଜକ ସସ୍ତ୍ରିତା ବାଦି,ଓଡ଼ିଶା ମିଲେ‌ଟ୍ ମିଶନ ଜିଲ୍ଲା ସଂଯୋଜକ ଜିତେନ୍ଦ୍ର କ୍ରାର୍ଜି, ବ୍ଲକ କୃଷି ଅଧିକାରୀ ସତ୍ୟପ୍ରକାଶ ଦାସ, ସହକାରୀ ବ୍ଲକ କୃଷି ଅଧିକାରୀ ନିବେଦିତା ପ୍ରଧାନ, ବ୍ଲକ କୃଷି ଅଧିକାରୀ ହରଭଙ୍ଗା ସବ୍ୟସାଚୀ ଦାସ, ସହକାରୀ ବ୍ଲକ କୃଷି ଅଧିକାରୀ ହରଭଙ୍ଗା,ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଓ ବିଭିନ୍ନ ସରକାରୀ ବିଭାଗ ଅଧ୍ୟକ୍ଷ ଓ ଓଡ଼ିଶା ମିଲେ‌ଟ୍ ମିଶନର ଓ ବିଶ୍ଵ ଯୁବ କେନ୍ଦ୍ର ବ୍ଲକ ସଂଯୋଜକ ସୁମନ କୁମାର ପରିଡ, ସହକାରୀ ବ୍ଲକ ସଂଯୋଜକ ସୁଧୀର ରଞ୍ଜନ ନାୟକ ଓ ଏଫିଅ ଆଦର୍ଶ କ୍ତଷି ଉପ୍ତାଦକ ସିଓ ପ୍ରଭଜନ କ୍ଷେତୀ ଓ ସିଆରପି ଧରଣୀଧର ଲୌହୁରିଆ, ବୁଦ୍ଧଦେବ ପ୍ରଧାନ, ଦୁଷ୍ମନ୍ତ ଅମାତ, ତୁଷାରକାନ୍ତ ମଲିକ, ଉଷାରାଣୀ ମହାଲିକ ସହଯୋଗରେ ବୌଦ୍ଧ ବ୍ଲକର ବିଭିନ୍ନ ଗ୍ରାମରୁ ଚାଷୀ ଓ ସ୍ବୟଂ ସହାୟକ ଗୋଷ୍ଠୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ଭାବରେ ଶେଷ କରାଯାଇ ଥିଲା।

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡିଶା

Related Articles

Back to top button