ସିଣ୍ଢୋଳ କଲେଜ ରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମାରୋହ ଉତ୍ସବ ଅନୁଷ୍ଠିତ


-ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ସିଣ୍ଢୋଳ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ ରେ ଆଜି ନବାଗତ ଛାତ୍ରଛାତ୍ରୀମାନଙ୍କୁ +3 ଶେଷ ବର୍ଷ ଓ ଦ୍ୱିତୀୟ ବର୍ଷ ଦ୍ଵାରା ସ୍ୱାଗତ ସମାରୋହ ଉତ୍ସବ ଅନୁଷ୍ଠିତ ହୋଇଥିଲା। କଲେଜ ଅଧ୍ୟକ୍ଷ ପବିତ୍ର ବାରିକଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ ତରଭା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଶତୃଘ୍ନ ପୃଷ୍ଟି,+3 ପରିଚାଳନା ପରିଷଦ ସଭାପତି ଶିବଚରଣ ସାହୁ,କଲେଜ ପ୍ରତିଷ୍ଠାତା ଛନ୍ଦାଚରଣ ଦାସ,+2 ର ଅଧ୍ୟକ୍ଷ ଗିରିଶ ଦାସ,+2 ପରିଚାଳନା ସମ୍ପାଦକ ହୃଦାନନ୍ଦ ମେହେର ଓ ସମ୍ମାନିତ ଅତିଥି ଭାବରେ ସୁଦାମ ମେହେର,ଗଜପତିଦେହୁରୀ,କଲେଜ

ସାଂସ୍କୃତିକ ସଂଘ ଉପସଭାପତି ଆଲୋକ କୁମାର ଶର୍ମା ଆଦି ମଞ୍ଚାସୀନ ହୋଇଥିଲେ। ସମସ୍ତ ଅତିଥି ଗଣ ଶିକ୍ଷା ର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଉତ୍ତମ ଚରିତ୍ର ଗଠନ କରିବା ପାଇଁ ମତବ୍ୟକ୍ତ କରିଥିଲେ।ଇତିହାସ ବିଭାଗ ର ଅଧ୍ୟାପକ ଶରତ ଗୁରୁ ମଞ୍ଚ ପରିଚାଳନା କରିଥିବା ବେଳେ +2ଓଡିଆ ଅଧ୍ୟାପକ ଦିଲ୍ଲିପ ଦଲେଇ ସହଯୋଗ କରିଥିଲେ।ସଭା ପରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ ବିଚିତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅଧ୍ୟାପକ ଅଜୀତ ମେହେର, ନାରାୟଣ ବଗର୍ତ୍ତି, ଜୟନ୍ତୀ ଘିବିଲା,ସଂଧ୍ୟାଦିପା ଗୁରୁ, ଶ୍ରୀକାନ୍ତ ରଣା, ଧରିତ୍ରୀ ବିଶ୍ଵାଳ,କୁଳମଣି ସାହୁ,ଜତନ ବାଗ, ପ୍ରତ୍ୟୁଷ ରଂଜନ ସାହୁ,ଲଳିତ ଦେହେରୀ ,ଯାଜ୍ଞସେନୀ ବେହେରା, ଆଶାରାଣୀ ଶର୍ମା, ସହଯୋଗ କରିଥିଲେ।ଶେଷରେ ସାଂସ୍କୃତିକ ସଂଘର ସଭାପତି ଅଧ୍ୟାପିକା ରାଜଲକ୍ଷ୍ମୀ ମହାରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ଦେଇଥିଲେ।

ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ




