State

ଢେଙ୍କାନାଳ ମିନିଷ୍ଟାଡିୟମ ରେ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା – 2023 ଉଦଘାଟିତ


ଢେଙ୍କାନାଳ ମିନିଷ୍ଟାଡିୟମ ରେ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା – 2023 ଉଦଘାଟିତ ହେଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ଶ୍ରୀ ମହେଶ ସାହୁ ଯୋଗଦେଇ ଚାଷ ପ୍ରତି ସମସ୍ତଙ୍କ ଆଗ୍ରହ ରହୁ ବୋଲି କହିଥିଲେ l କୃଷି ଉତ୍ପାଦନ ଯୋଗୁଁ ହିଁ ପ୍ରକୃତ ବିକାଶ ହେଇପାରୁଛି ତେଣୁ କୃଷକ ମାନେ ହିଁ ପ୍ରକୃତ ପ୍ରଶଂସାର ହକଦାର l ଏହାସହ ସେ କହିଥିଲେ ଉନ୍ନତ କୃଷି ଯନ୍ତ୍ରପାତି ସହ ପାରମ୍ପରିକ ବ୍ୟବସ୍ଥା କୁ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ l କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ଯୋଗଦେଇ କହିଥିଲେ ଯେ, କୃଷି କାର୍ଯ୍ୟ ସମସ୍ତଙ୍କ ମନରେ ଖୁସି ଦେଇଥାଏ l ଉନ୍ନତମା ନର କୃଷିକାର୍ଯ୍ୟ ଓ ବୈଜ୍ଞାନିକ ପ୍ରଣାଳୀ ଯୋଗୁଁ ଉତ୍ପାଦନ ବୃଦ୍ଧି ପାଉଛି ଯାହାକି ଚାଷୀଭାଇ ମାନଙ୍କୁ ଅଧିକ ଆତ୍ମନିର୍ଭରଶୀଳ କରିପାରୁଛି l
ଏହି କାର୍ଯ୍ୟକ୍ରମର ସଭାପତିତ୍ୱ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଦୀପ୍ତିକାନ୍ତ ରାଉତରାୟ କରିଥିଲେ l ଏହି ମେଳା ଆଜିଠାରୁ ଆରମ୍ଭ ହୋଇ 3 ଡିସେମ୍ବର ପର୍ଯ୍ୟନ୍ତ ଚାଲିବ l ସଭା ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯଇଥିଲା l
ଏହି କାର୍ଯ୍ୟକ୍ରମରେ ଉପ ନିର୍ଦେଶକ ଉଦ୍ୟାନ କୃଷି ଶ୍ରୀମତୀ ଗୀତାଶ୍ରୀ ପାଢ଼ୀ,ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡମ୍ବୁ୍ରଧର ସାମଲ, ଜିଲ୍ଲା ମତ୍ସ୍ୟ ଅଧିକାରୀ ସଂଗ୍ରାମ କେଶରୀ କର, ଡ଼ଃ ବିମଳେନ୍ଦୁ ମହାନ୍ତି, ଜିଲ୍ଲାର ଅଗ୍ରୀଣ ଚାଷୀ ଭାଇ ଭଉଣୀ ମାନେ ଯୋଗଦେଇଥିଲେ 

ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନିୟୁଜ୍ 

Related Articles

Back to top button