State

ଗଁଦିଆ ବ୍ଲକରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ।

 -ଜିଲ୍ଲା ସମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ଵାରା ଆଜି ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ସଭାଗୃହ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଯୋଜନା ମାଧ୍ୟମରେ ସେମାନଙ୍କୁ ସହାୟତା ପ୍ରଦାନ କରାଯାଉଛି। ଗଁଦିଆ ବ୍ଲକର ୨୯ଟି ପଞ୍ଚାୟତରୁ ବିଭିନ୍ନ ସ୍ଥାନରୁ ଭିନ୍ନକ୍ଷମ ମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ସାର୍ଟିଫିକେଟ ପାଇଁ ଆବେଦନ କରାଯାଇଥିଲା। ଶତାଧିକ ଭିନ୍ନକ୍ଷମ ମାନେ ଆସି ଏହି ଶିବିରରେ ଯୋଗଦେଇଥିଲେ। ଏହି ଶିବିରରେ ସମସ୍ତ ବିଭାଗର ଚିକିତ୍ସକମାନେ ଯୋଗଦାନ କରିବା ସହ ଭିନ୍ନକ୍ଷମ ମାନଙ୍କୁ ପରିକ୍ଷା କରିଥିଲେ।
ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ , ବ୍ଲକ ଅଧ୍ୟକ୍ଷା ରିନାରାଣୀ ଖଟୁଆ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ପବିତ୍ର କୁମାର ବେହେରା, ଶୁଭେନ୍ଦୁ ଖୁଣ୍ଟିଆ ଡିଏସଏସଓ,ଡିପିଏ ଦିବ୍ୟରଞନ ମହାନ୍ତି ଓ ବି.ଏସ.ଏସ.ଓ. ଶୁଭାଶିଷ ମହାପାତ୍ର ଓ ସମସ୍ତ ବ୍ଲକ୍ କର୍ମଚାରୀଙ୍କ ଉପସ୍ଥିତ ରେ ପ୍ରଦିପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା। ଆସିଥିବା ସମସ୍ତ ଦିବ୍ୟାଙ୍ଗ, ବିକଳାଙ୍ଗ,ବୟସ୍କ ବ୍ୟକ୍ତି ବିଶେଷ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସମସ୍ତ ବ୍ୟବସ୍ଥା ହୋଇଥିଲା ।ଅସ୍ଥି ଶଲ୍ୟ, ଶ୍ରବଣ, ନାକ ଓ ଗଳା ଖରାପ ଥିବା , ଦୃଷ୍ଟି ବାଧିତ , ମାନସିକ ଅନଗ୍ରସର ଓ ସ୍ନାୟୁ ଜନୀତ ରୋଗ ଥିବା ମୋଟ ୪୧୬ରୁ ଉର୍ଦ୍ଧ ଭାଗ ନେଇଥିଲେ ।

ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନିୟୁଜ୍ 

Related Articles

Back to top button