Education

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଆଲୁମିନି ମେଗା ଫିଏଷ୍ଟା 2023 ଅନୁଷ୍ଠିତ.

ଭୁବନେଶ୍ୱର, ଆଜି ଓଡ଼ିଶାର ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟ ରମାଦେବୀ ବିଶ୍ୱବିଦ୍ୟାଳୟରେ ଆଲୁମିନି ଆସୋସିଏସନ ତରଫରୁ ମେଗା ଫିଏଷ୍ଟା ଅନୁଷ୍ଠିତ ହୋଇଯାଇଛି. ବିଶ୍ୱ ବିଦ୍ୟାଳୟର ବହୁ ପୁରାତନ ଛାତ୍ରୀ ଓ ବର୍ତମାନର ଛାତ୍ରୀ ମାନଙ୍କ ସହ ମିଳନ ଓ ସମ୍ପର୍କ ବୃଦ୍ଧି ସହ ବିଶ୍ୱବିଦ୍ୟାଳୟର ଉନ୍ନତି ବିଷୟରେ ଭାବର ଆଦାନ ପ୍ରଦାନ ଏହି ଉତ୍ସବର ମୂଳ ଉଦେଶ୍ୟ ଥିଲା. ଏଥିରେ ମୁଖ୍ୟ ଅତିଥିଭାବେ ରାଜ୍ୟ ଶ୍ରମିକ କଲ୍ୟାଣ ବୋର୍ଡର ଅଧକ୍ଷା ଶ୍ରୀମୟୀ ମିଶ୍ର ଯୋଗଦେଇ ଏଭଳି ଉଦ୍ୟମକୁ ସାଧୁବାଦ ଜଣାଇବା ସହିତ ଭାଇସ ଚାନ୍ସଲର, ଅଧ୍ୟାପକ, ଛାତ୍ରୀ ମାନଙ୍କ ଅକ୍ଲାନ୍ତ ପରିଶ୍ରମ କରି ଆୟୋଜନ କରିଥିବାରୁ ଓ ନୂତନ ପୁରାତନ ଛାତ୍ରୀ ମାନଙ୍କ କନେକଟିଭିଟି ହୋଇଥିବାରୁ ଖୁବ ପ୍ରଶଂସା କରିଥିଲେ.ବିଶ୍ୱବିଦ୍ୟାଳୟ ଆଲୁମିନିରେ ପିଲାମାନେ ଏକଯିବିଶନ କରିଛନ୍ତି, ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅଛି, ଫେସନ ସୋ ଅଛି ଏବଂ ବେଷ୍ଟ ଟୁ ବେଷ୍ଟ ଆକ୍ଟିଭିଟି ପିଲାମାନେ କରବାକୁ ପ୍ରସ୍ତୁତ ବୋଲି ବିଶ୍ଵବିଦ୍ୟାଳୟର ଭାଇସ

ଚାନସେଲର ଅପରାଜିତା ଚୌଧୁରୀ କହିଛନ୍ତି. ଆଲୁମିନା ମେଗା ଫେଷ୍ଟର ଆଲୁମିନି ଆସୋସିଏସନର ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ କହିଛନ୍ତି ଯେ ସେ ନିଜେ ଏହି ବିଶ୍ଵବିଦ୍ୟାଳୟର ଛାତ୍ରୀ ଓ ଏହି ଅନୁଷ୍ଠାନରେ ପାଠପଢି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଭାରତର ରାଷ୍ଟ୍ରପତି ହୋଇପାରିଛନ୍ତି, ଆହୁରି ଅନେକ ଛାତ୍ରୀ ବହୁ ଉଚ୍ଚ ପଦବୀରେ ରହି ଦେଶ ସେବା କରିଆସୁଛନ୍ତି, ପୁରାତନ ଓ ନୂତନ ଛାତ୍ରୀମାନଙ୍କ ମଧ୍ୟରେ ସଂଯୋଗ ହୋଇଛି, ଆମକୁ ଆଜି ଭଲ ଲାଗୁଛି ଓ ଏହି ଅନୁଷ୍ଠାନକୁ ବିଶ୍ୱ ବିଦ୍ୟାଳୟରେ ପରିଣତ କରିବାକୁ ତତକାଳୀନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଦାବି ଜଣାଇଥିଲୁ ଯାହା ଆଜି ହୋଇପାରିଛି.

ଭୁବନେଶ୍ୱର ରୁ ଦେବ ପ୍ରସାଦ ମହାନ୍ତି ଙ୍କ ରିପୋର୍ଟ ସମର୍ଥ ନିୟୁଜ ।

Related Articles

Back to top button