State

ଗବଜୋର ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଉଦଯାପିତ ହେଲା ଛାଡଖାଇ ଯାତ୍ରା ପର୍ବ

 

କଣ୍ଟାମାଳ,୨୮।୧୧(ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଶିମିଳିପଦର ପଞ୍ଚାୟତ ଅନ୍ତର୍ଗତ ଗବଯୋର ଗ୍ରାମରେ ଦୀର୍ଘ ୪ଦିନ ଧରି ଚାଲିଥିବା ମାଁ କଙ୍କାଳୀ ବୁଢ଼ା ଛାଡ଼ଖାଇ ଯାତ୍ରା ଆଜି ମହା ଆଡ଼ମ୍ବରରେ ସମାପ୍ତ ହୋଇଯାଇଛି ।ଏଥିରେ ଗ୍ରାମବାସୀଙ୍କ ସହ କଙ୍କାଳି ବୁଢ଼ା ଛାଡଖାଇ କମିଟିର ସଭ୍ୟମାନଙ୍କ ମିଳିତ ସହଯୋଗରେ ଯାତ୍ରା ଅନୁଷ୍ଠିତ ହୋଇଥିଲା ।କମିଟି ସଭାପତି ଦୁର୍ଯ୍ୟୋଧନ ମେହେରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଚିତ୍ତ ରଞ୍ଜନ ସାହୁ,ଉପେନ୍ଦ୍ର ମେହେର,ମୁନୁ ମେହେର, ରଞ୍ଜନ ମେହେର, ଯୋଗେଶ୍ୱର ମେହେର,ନାରାୟଣ ମେହେର,ଛବି ମେହେର ଓ ଅନ୍ୟ ସଦସ୍ୟ ପ୍ରମୁଖ ସହଯୋଗ କରିଥିଲେ । ପ୍ରତ୍ୟେକ ସନ୍ଧ୍ୟାରେ ଯାତ୍ରା ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି ଯାତ୍ରାରେ ବୌଦ୍ଧ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ କହେଁଇ ଚରଣ ଡ଼ାଙ୍ଗ, ରାଜ୍ୟ ଯୁବ ବିଜେପି ସାଧାରଣ ସମ୍ପାଦକ ଓମ୍ ପ୍ରକାଶ ମିଶ୍ର, ଯୁବ ବିଜେଡି ନେତା ତଥା କଣ୍ଟାମାଳ ବିଧାୟକ ପ୍ରତିନିଧି ସୁଧାଂଶୁ ଶେଖର ରଣା, ସ୍ଥାନୀୟ ସିମିଳିପଦର ସରପଞ୍ଚ ସାର୍ଦୂଳ ନାଗଙ୍କ ଅନେକ ବୃଦ୍ଧିଜୀବୀ ଅତିଥି ଭାବରେ ଯୋଗଦେଇ ଯାତ୍ରାକୁ ସଫଳ କରିଥିଲେ । ଉକ୍ତ ପର୍ବରେ ଶତାଧିକ ଶ୍ରଦ୍ଧାଳୁ ଯାତ୍ରାର ଉରପୁର ମଜା ନେଇଥିଲେ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button