ତିର୍ତ୍ତୋଲରେ ପାଳିତ ହେଲା ଆଦିକବି ସାରଳା ଦାସ ଜୟନ୍ତୀ ସମାରୋହ 2023


ତିର୍ତ୍ତୋଲ –:ପ୍ରସିଦ୍ଧ ବାଣିକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ମା ଶାରଳାଙ୍କ ଆଶୀର୍ବାଦ ରେ ସିଦ୍ଦିଲାଭ କରି ସିଦ୍ଧେଶ୍ବର ପରିଡ଼ାରୁ ସାରଳା ଦାସରେ ନାମିତ ହୋଇଥିବା ଝଙ୍କଡ଼ ମାଟିର କବିଙ୍କ ମଧ୍ୟରେ ଅନ୍ୟତମ ସାହିତ୍ୟ ସାଧକ ଥିଲେ ସାରଳା ଦାସ !ବିଶ୍ୱ ଦରବାରରେ ପଞ୍ଚଦଶ ଶତାବ୍ଦୀ ରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତେନ୍ତୁଳିପଦା ଗ୍ରାମରେ ତାଙ୍କର ଜନ୍ମ !ତାଙ୍କ ମହାନ ଜନ୍ମ ଦିବସରେ ସାରଳା ଦାସ ସ୍ମୃତି ସଂସଦ
ଭୁବନେଶ୍ୱର ତରଫରୁ ତିର୍ତ୍ତୋଲ ସାରଳା ମାର୍ଗ ତେନ୍ତୁଳିପଦା ଅଖଣ୍ଡେଳଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି ! ସାରଳା ଦାସ ପ୍ରତିମୂର୍ତ୍ତି ନିର୍ମାଣ କମିଟି ଏହାର ତତ୍ୱାବଧାନ କରୁଥିବା ବେଳେ ବହୁ କବି, ସାହିତ୍ୟିକ, ସାହିତ୍ୟିକା, ଗୁଣି ଜ୍ଞାନୀ ପଣ୍ଡିତ ବର୍ଗ ଉପସ୍ଥିତ ହୋଇଥିଲେ ! ସାରଳା ଦାସଙ୍କ ଜନ୍ମତିଥି 1421 ମସିହା ବିଛା ମାସ କୃଷ୍ଣ ପକ୍ଷ ପ୍ରତିପ୍ରଦା ନଭେମ୍ବର 28 ତାରିଖ ବୃଷ ରାଶି ରୋହିଣୀ ନକ୍ଷତ୍ର ଶୁକ୍ରବାରକୁ ଧାର୍ଯ୍ୟ କରି ଏକ ସାରସ୍ୱତ କବି ସମ୍ମିଳନୀ ଓ ସାରଳା ସାହିତ୍ୟ ଆସର ଉଦଘାଟନ କରାଯାଇଥିଲା ! ଏହି ଅଧିବେଶନରେ ମୁଖ୍ୟ ଅତିଥିଭାବେ ଶ୍ରୀଯୁକ୍ତ ପର୍ଶୁରାମ ଦ୍ବିବେଦୀ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଥିଲେ ଏମ୍ସ ର ଚର୍ଚ୍ଚିତ ଡକ୍ଟର ଅଶୋକ କୁମାର ମହାପାତ୍ର !ସମ୍ମାନିତ ଅତିଥିଭାବେ ଥିଲେ ପଣ୍ଡିତ ଜଗଦାନନ୍ଦ ଆଚାର୍ଯ୍ୟ, ଓ ବରେଣ୍ୟ ଅତିଥି ଥିଲେ ସୁସାହିତ୍ୟିକା ଡକ୍ଟର ଆରତୀ କର ! ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ରମାକାନ୍ତ ମିଶ୍ର, ବିକାଶ କୁମାର ପରିଜା, ସୁବାସ ଚନ୍ଦ୍ର ସାହୁ, ରଞ୍ଜନ କୁମାର ପଣ୍ଡା, ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା, ସୁବ୍ରତ କୁମାର ଦାଶ, ଏବଂ ଶ୍ରୀଯୁକ୍ତ ପଲେଇ ! ଏହି ସଭାରେ ସଭାପତିତ୍ୱ କରିଥିଲେ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ସୁରେଶ ଚନ୍ଦ୍ର ମହାନ୍ତି ଏବଂ ସ୍ୱାଗତ ଭାଷଣ ଦେଇଥିଲେ ପ୍ରଦୀପ୍ତ କୁମାର ବିଶ୍ୱାଳ ! ଉପସ୍ଥିତ ଅତିଥିବୃନ୍ଦ ପ୍ରଦୀପ୍ତ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିବା ବେଳେ ବିଭିନ୍ନ ବିଦ୍ୟାଳୟର ସର୍ବୋଚ୍ଚ ନମ୍ବର ରଖିଥିବା ଚାରିଜଣ ଛାତ୍ରଛାତ୍ରୀ ଙ୍କୁ ସମ୍ମାନିତ କରାଯାଇଥିଲା ! ତତସହିତ ଭୂମିପୁତ୍ର ସମ୍ମାନରେ ବିପ୍ଳବ ଚୌଧୁରୀ, ସେବା ସଂସ୍କାର ସମ୍ମାନ ରେ ନଗେନ୍ଦ୍ର ସ୍ୱାଇଁ, ପ୍ରଶାନ୍ତ ଦାସ, ବାଇଧର ନାୟକ, ପ୍ରଭାତ ପରିଜା, ଏବଂ ବରିଷ୍ଟ ସାମ୍ବାଦିକ ସେବା ପାଇଁ ସାମ୍ବାଦିକ ସୁରକ୍ଷା ସମିତିର ସଭାପତି ଶରତ କୁମାର ଦାଶ, ଶ୍ରୀକାନ୍ତ ଦାଶ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଥିଲେ !ସାରଳା ଦାସଙ୍କ ଅନବଦ୍ୟ ସୃଷ୍ଟି ମଧ୍ୟରେ ମହାଭାରତ, ଵିଲଙ୍କା ରାମାୟଣ, ଚଣ୍ଡୀ ପୁରାଣ, ଲକ୍ଷ୍ମୀ ନାରାୟଣ ବଚନିକା ଆଦି ଲୋକପ୍ରିୟତା ଲାଭ କରିଥିବା ବେଳେ ଏହାର ପ୍ରଚାର ପ୍ରସାର ଜୋରଦାର ହେବା ଆବଶ୍ୟକ ବୋଲି ଆମନ୍ତ୍ରିତ ଅତିଥି ମନେ ମତ ଦେଇଥିଲେ ! ଧନ୍ୟବାଦ ଅର୍ପଣ କରିଥିଲେ ଗାଲେଖ ଚନ୍ଦ୍ର ପଲେଇ ! ଆଜିର ସଭାରେ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ନେଲେ ମନୋଜ ବେହେରା !

ଜଗତସିଂହପୁର ରୁ ଭାଗବତ ପ୍ରସାଦ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !




