Religion

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଲେ ପାରାଦ୍ୱୀପ ବୋଇତ ବନ୍ଦାଣ ମହୋତ୍ସବ ରେ !


ପାରାଦ୍ୱୀପ ::– ଉତ୍କଳର ଗୌରବାଗାଥା ବହନ କରୁଥିବା ଐତିହାସିକ ପାରାଦ୍ୱୀପ ନୌବାଣିଜ୍ୟ ର ପେଣ୍ଠସ୍ଥଳରେ ଆୟୋଜିତ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ରେ ଯୋଗଦେଲେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ !ହେଲିକେପଟର ଯୋଗେ ପାରାଦ୍ୱୀପ ଗୋପବନ୍ଧୁ ଷ୍ଟାଡିୟମ ରେ ପହଂଚି ସେଠାରୁ z1 ସୁରକ୍ଷା ବଳୟରେ

ସାଧାରଣ ଜନସାଧାରଣ ଙ୍କ ଦର୍ଶନ ପାଇଁ କିଛିବାଟ ପାଦରେ ଚାଲି ଦର୍ଶନ ଦେଇଥିଲେ ଓ ଛୋଟପିଲାଙ୍କୁ ଚକଲେଟ ଦେଇଥିଲେ ଓ କିଛି ଲୋକଙ୍କୁ ହାତ ମିଳେଇଥିବାର ଦେଖିବାକୁ ମିଳିଥିଲା !ଏବଂ ପରେ କୋଷ୍ଟ ଗାର୍ଡ ଜାହାଜ ‘ଅମୋଘ ‘ ରେ ବନ୍ଦର ପୋତାଶ୍ରୟ ପରିସର ରେ ବୁଲିବାର ଯୋଜନା ଥିବାବେଳେ,ବୋଇତ ବନ୍ଦାଣ ଉତ୍ସବ ରେ ଯୋଗଦେବାପାଇଁ ପାରାଦ୍ୱୀପ ର ଚାରି ନମ୍ବର ଗେଟ ରେ ପ୍ରବେଶ କରି ବନ୍ଦର ପରିସରରେ ଆୟୋଜିତ କାଯ୍ୟକର୍ମ ରେ ଯୋଗଦେଇଥିଲେ !

ତାଙ୍କ ସହ ମାନ୍ୟବର ରାଜ୍ୟପାଳ ରଘୁବର ଦାସ ଓ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ଯୋଗଦେଇ ଥିଲେ ଏବଂ ପରେ ନେହେରୁ ବଙ୍ଗଳା ସ୍ଥିତ ମାଛଧରା ବନ୍ଦର ପରିଦର୍ଶନ କରିଥିଲେ ! ପାରାଦ୍ୱୀପ ବନ୍ଦର ରାଷ୍ଟ୍ରପତିଙ୍କ ଯୋଗଦାନ ପାଇଁ ଇତିହାସ ପାଲଟି ଗଲା ବୋଲି ସର୍ବତ୍ର ଚର୍ଚ୍ଚା ଚାଲିଛି ! ପ୍ରକାଶ ଥାଉ କି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଙ୍କ ଦୀର୍ଘ ବର୍ଷ ପରେ ରାଷ୍ଟ୍ରପତି ଙ୍କ ଆଗମନ ଜଗତସିଂହପୁର ଜିଲ୍ଲାର ଗର୍ବ ଗୌରବକୁ ସାହସ୍ରଗୁଣ ବୃଦ୍ଧି କରିଥିବାର ଚର୍ଚ୍ଚା ହେଉଛି !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button