ଉଲୁଣ୍ଡାରେ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ


ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ନିୟନ୍ତ୍ରିତ ବଜାର କମିଟି ହଲରେ ବୀରମହାରାଜପୁର ସହକାରୀ ଉଦ୍ୟାନକୃଷି ବିଭାଗ ତରଫରୁ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷ୍ୟା ଶାନ୍ତିଲତା ମିଶ୍ର, ଜିଲ୍ଲା ମତ୍ସ୍ଯ ଅଧିକାରୀ ପ୍ରସନ୍ନ କୁମାର ପଟ୍ଟନାୟକ, ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ବୀରମହାରାଜପୁର ବିଦ୍ୟାଧର ଦାଶ, ଅତିରିକ୍ତ ଉଦ୍ୟାନ କୃଷି ନିର୍ଦ୍ଦେଶକ ବିନ୍ଦୁଲତା ମାଝୀ, ଗୋଷ୍ଠୀ କୃଷି ଅଧିକାରୀ ରଶ୍ମିରଞ୍ଜନ ଟପୋ, ଗୋଷ୍ଠୀ ପ୍ରକଳ୍ପ ସଂଯୋଜକ ସଞ୍ଜୀବ ଷଡ଼ଙ୍ଗୀ, ଓଡିଶା ଜୀବିକା ମିଶନ

ଗୋଷ୍ଠୀ ଅଧିକାରୀ କେଶବ ଚନ୍ଦ୍ର ମାଝୀ, ସଫଳ କୃଷି ଉଦ୍ୟୋଗୀ ବଲାଡୀ ରଘୁନାଥ ବେହେରା, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ମନୋଜ ଜେନା ଏବଂ ମୁଣ୍ଡୋଘାଟ ସରପଞ୍ଚ କିଷାନ ଲାଲ ଜଗଦଲା ପ୍ରମୁଖ ଉପସ୍ଥିତ ରହି ମାନ୍ୟବର ଓଡିଶା ସରକାରଙ୍କ ତରଫରୁ ହେଉଥିବା ଉଦ୍ୟାନ ବିଭାଗ, କୃଷି ବିଭାଗ, ମତ୍ସ୍ଯ ଓ ପ୍ରାଣୀସମ୍ପଦ ବିଭାଗର ବିଭିନ୍ନ ପ୍ରକାର ଜନହିତକର କାର୍ଯ୍ୟକ୍ରମ ବିଷୟରେ କଳାପଥର ଗ୍ରାମପଞ୍ଚାୟତ, ମହଦା ଗ୍ରାମପଞ୍ଚାୟତ ଓ ମୁଣ୍ଡୋଘାଟ ଗ୍ରାମପଞ୍ଚାୟତର ସମସ୍ତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ସ୍ୱାବଲମ୍ବୀ ହେବା ନିମନ୍ତେ ପ୍ରଶିକ୍ଷଣ ଓ ତାଲିମ୍ ପ୍ରଦାନ କରିଥିଲେ I

ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ




