World

ମହିମା ମହାବିଦ୍ୟାଳୟରେ ମିଲେଟ ରୋଷଇ ପ୍ରତିଯୋଗିତା ଅନୁଷ୍ଠିତ 

 

ଆନ୍ତଜାତୀୟ ପୁଷ୍ଟି ଶସ୍ୟ ବର୍ଷ ଅବସର ରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦେଶାଳୟ ଏବଂ କୃଷି ବୈଷୟିକ ପରିଚଳନା ସଂସ୍ଥା (ଆତ୍ମା )ଢେଙ୍କାନାଳ ସହାୟତା ରେ ୱାସନ ଓ ଇଡ଼ିଅଟ ପକ୍ଷ ରୁ ମିଲେଟ ରୋଷେଇ ପ୍ରତିଯୋଗିତା ବା ପୁଷ୍ଟିଶସ୍ୟ ରୋଷେଇ ପ୍ରତିଯୋଗୀତା ଆଜି ମହିମା ମହାବିଦ୍ୟାଳୟ ଜୋରନ୍ଦା ଠାରେ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ |ଓଡିଶା ମିଲେଟ ମିଶନ ଜିଲ୍ଲା

ସଂଯୋଜକ ରାକେଶ କୁମାର ସାହୁ,ଗଁଦିଆ ବ୍ଲକ କୃଷି ଓଭରିସିଅର ବିନୋଦିନୀ ବାରିକ ,ସମାଜ ବିଜ୍ଞାନ ବିଭାଗ ପ୍ରାଧ୍ୟାପକ ପ୍ରହ୍ଲାଦ ସ୍ୱାଇଁ ,ଇଡ଼ିଅଟର ନିର୍ଦେଶକ ଶିଶିର ଶତପଥି ଅତିଥି ଭାବେ ଯୋଗ ଦେଇ ଥିଲେ | ଇଡିଅଟ ସଦସ୍ୟ ସଚିବ ସରୋଜ ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରି ଥିଲେ |ପ୍ରତିଯୋଗିତା ରେ ମାଣ୍ଡିଆ, କାଙ୍ଗୁ, ଜହ୍ନ|ରେ ପ୍ରସ୍ତୁତ କାକରା, ବରା, ପକୁଡି, କେକ, ଖିରି, ମାଣ୍ଡିଆ ଆଳୁ ପରଟା, ଦୋସା , ଲଡ଼ୁ,ସୁପ, ଜହ୍ନଆଁ ଉଖୁଡା, ଆରିସା ଆଦି ଅନେକ ପ୍ରକାର ଖାଦ୍ୟ ପ୍ରତିଯୋଗିତା ରେ 15 ଜଣ ପ୍ରତିଯୋଗୀ ପ୍ରସ୍ତୁତ କରିଥିଲେ | ଏହି ପ୍ରତିଯୋଗିତା ରେ 10 ଜଣ କଲେଜ ଛାତ୍ରୀ ଓ 5 ଜଣ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ଅଂଶଗ୍ରହଣ କରିଥିଲେ |ପ୍ରଥମ ରାଉଣ୍ଡ ପ୍ରତିଯୋଗିତା ରେ 9 ଜଣ ଦ୍ୱିତୀୟ ରାଉଣ୍ଡ କୁ ଉତୀର୍ଣ୍ଣ ହୋଇ ଥିଲେ, ସେମାନ ଙ୍କ ମଧ୍ୟରେ ଦ୍ୱିତୀୟ ରାଉଣ୍ଡ ପ୍ରତିଯୋଗିତା ର ତିନି ଜଣ ପ୍ରତିଯୋଗୀ ବିଜେତା ହୋଇଛନ୍ତି |

Related Articles

Back to top button