କଂଟାମାଳକୁ ସ୍ୱତନ୍ତ୍ର ସବ୍-ଡିଭିଜନ ଘୋଷଣା ଦାବୀ ନେଇ କଂଟାମାଳ କଲ୍ୟାଣ ମଣ୍ଡପଠାରେ ସମାବେଶ ଅନୁଷ୍ଠିତ; ବାରମ୍ଵାର ଦାବୀ ସତ୍ତ୍ୱେ ସରକାର ନିରବ।


କଣ୍ଟାମାଳ, ୨୭/୧୧:(ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲାର କଂଟାମାଳକୁ ସ୍ୱତନ୍ତ୍ର ସବ୍-ଡିଭିଜନ ଘୋଷଣା କରାଯିବାକୁ ଦାବୀ କରି କଂଟାମାଳ କଲ୍ୟାଣ ମଣ୍ଡପଠାରେ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି । କଂଟାମାଳ ଆଞ୍ଚଳିକ ସଂଗ୍ରାମ ସମିତିର ଡାକରା କ୍ରମେ କଲ୍ୟାଣ ମଣ୍ଡପଠାରେ ବରିଷ୍ଠ ବିଜେପି ନେତା ଓମ ପ୍ରକାଶ ମିଶ୍ରଙ୍କ ଆବାହକତ୍ୱରେ ଏକ ସମାବେଶ ଅନୁଷ୍ଠିତ ହୋଇଥିଲା । ବୌଦ୍ଧ ଜିଲା ଗଠନ ହେବା ପରେ ମଧ୍ୟ କଂଟାମାଳ ଅଂଚଳର ଉନ୍ନତି ହୋଇପାରିନାହିଁ । ବିଧାୟକ ଓ ପ୍ରଶାସନ କ୍ରମାଗତ ଭାବେ କଂଟାମାଳ ଅଂଚଳର ଉନ୍ନତି ଦିଗରେ ଅବହେଳା ପ୍ରଦର୍ଶନ କରୁଥିବା ସମାବେଶରେ ଅଭିଯୋଗ ହୋଇଥିଲା । ପ୍ରାୟ ୨ ଲକ୍ଷରୁ ଉର୍ଦ୍ଧ ଜନସଂଖ୍ୟା ବିଶିଷ୍ଟ କଣ୍ଟାମାଳ ବ୍ଳକ ବୌଦ୍ଧ ଜିଲ୍ଲାର ସବୁଠୁ ବଡ଼ ଅଞ୍ଚଳ । ବୌଦ୍ଧ ଜିଲ୍ଲାକୁ ହିସାବରେ ନେଲେ ପ୍ରଶାସନିକର ସୁବିଧା ପାଇବାକୁ ହେଲେ କଣ୍ଟାମାଳର ଉପାନ୍ତ ଅଞ୍ଚଳ ଠାରୁ ବୌଦ୍ଧର ଦୂରତା ପ୍ରାୟ ୧୫୦ କି.ମି.। ଓଡ଼ିଶା ସରକାର ସମସ୍ତଙ୍କ ମୌଳିକ ଅଧିକାର, ପ୍ରଶାସନିକ ସେବା ତଥା ଜିଲ୍ଲାର ସମସ୍ତ କାର୍ଯ୍ୟକୁ ସୁବିଧାରେ ପାଇବାକୁ ହେଲେ କଣ୍ଟାମାଳକୁ ସବଡିଭିଜନର ମାନ୍ୟତା ବହୁ ପୂର୍ବରୁ ମିଳିବା କଥା। ତେଣୁ ସମାବେଶରେ କଂଟାମାଳକୁ ସ୍ୱତନ୍ତ୍ର ସବ୍-ଡିଭିଜନ ଘୋଷଣା ଦାବୀ ନେଇ ଆଗାମୀ ଦିନରେ ବ୍ୟାପକ ଜନ ଆନ୍ଦୋଳନ କରାଯିବାକୁ ଘୋଷଣା କରାଯାଇଛି । ଉକ୍ତ ସମାବେଶରେ କେଦାର ସାହୁ , ନାରାୟଣ କର୍ମି, ଯଦୁବିହାରୀ ବାଘ, ଅଜିତ କୁମାର ସାହୁ, ରାମ ଚନ୍ଦ୍ର ତାଣ୍ଡି, ଧରଣୀ ଧରବିଭାଗ,ଶଙ୍କର୍ଷଣ ସାହୁଙ୍କ ସମତେ ଅନେକ ସଚେତନ ବ୍ୟକ୍ତି ସାମିଲ ହୋଇଥିଲେ ।
କଂଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




