ବରହାକାଲୁର ଷୋହଳ ପ୍ରହର ନାମଯଜ୍ଞ ଉଦଯାପିତ


କଣ୍ଟାମାଳ,୨୭।୧୧(ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ଥାନା ଅଧିନ ଉମା ପଞ୍ଚାୟତ ଅନ୍ତର୍ଗତ ବରହାକାଲୁ ଗ୍ରାମରେ କାର୍ତ୍ତିକମାସର ପଞ୍ଚକ ମହୋତ୍ସବ ୫ ବର୍ଷର ପୁନଃଶ୍ଵରଣ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ଷୋହଳ ପ୍ରହରୀ ନାମଯଜ୍ଞ ସୋମବାର ଉଦଯାପିତ ହୋଇଯାଇଛି l ନାମଯଜ୍ଞରେ ପୁରୋହିତ ପଣ୍ଡିତ ଲବ ଷଡ଼ଙ୍ଗୀଙ୍କ ପୂଜା କାର୍ଯ୍ୟ କରିଥିବା ବେଳେ ପ୍ରକାଶ ରଣା, ରବିଶ୍ୱର ରଣା, ପଦ୍ମନ ରଣା, ଗୌର ରଣା, ହର ରଣା, ସନ୍ତୋଷ ରଣା ଓ ସୁନାର୍ତ୍ତନ ରଣା ସପତ୍ନୀକ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ l ଏଣୁ ଏଣିକି ପ୍ରତି ୫ବର୍ଷରେ ସାମୁହିକ ପଞ୍ଚକ ବ୍ରତକୁ ପୁନଃଶ୍ଚରଣ ବର୍ଷକୁ ନାମଯଜ୍ଞର ସହିତ ପାଳିତ କରିବା ନେଇ ପ୍ରକାଶ କରିଛନ୍ତି ବ୍ରତାଧାରୀ ସିଦ୍ଧେଶ୍ୱର ରଣା । ଏହି ବର୍ଷ ନାମଯଜ୍ଞରେ ପାଖଆଖ ଅଞ୍ଚଳରୁ ହଜାର ହଜାର ଦର୍ଶକ ଉପସ୍ଥିତ ରହି ମିଳାବଜାର, ଚଟପଟି, ଝୁଲାଦୋଳୀର ମଜା ନେଇଥିଲେ। ନାମ ଯଜ୍ଞରେ ନିର୍ମଳ ରଣା, ଭୁବନ ରଣା, ଶ୍ରୀମନ୍ତ ରଣା, ତପିଶ୍ୱର ରଣା, ଜଳଧର ରଣା, ଯଶୋବନ୍ତ ରଣା ପ୍ରମୁଖ ସମେତ ଗ୍ରାମବାସୀ ସହଯୋଗ କରିଥିଲେ l

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




