ସମ୍ବିଧାନ ଦିବସରେ ସମ୍ବିଧାନ ପ୍ରଣେତା ବାବାସାହେବଙ୍କର ପୂର୍ଣ୍ଣ ଅବୟବ ଉନ୍ମୋଚନ ! ଜାଣନ୍ତୁ କୋଉଠି ?


ଗରଦପୁର –: ବିଶ୍ୱ ଜ୍ଞାନୀ, ବିଦ୍ୱାନ ଶିରୋମଣି, ବିଶ୍ୱ ରାଜନୈତିକ ନେତୃବର୍ଗ ଙ୍କ ଆଦର୍ଶ ଭାରତରତ୍ନ ବାବାସାହେବ ଡକ୍ଟର ଭୀମରାଓ ଆମ୍ବେଦକର ଏଭଳି ଏକ ନାମ ଯେଉଁ ନାମରେ ବିଶ୍ୱର ସର୍ବୋତ୍ତମ କେମ୍ବିଜ ବିଶ୍ୱବିଦ୍ୟାଳୟ ଗୌରବ ଗାରିମା ପ୍ରକାଶ କରେ ! ସେହି ମହାନ ଜନନାୟକ ଦଳିତ ମାନଙ୍କର ମସିହା ଭାରତ ପରି ଏକ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ସମ୍ବିଧାନ ଲେଖି ଆଜିର ତାରିଖରେ ସାରାବିଶ୍ୱ ପାଇଁ ଏକ ଆଦର୍ଶ ପାଲଟି ଯାଇଛନ୍ତି ! ସ୍ୱାଧୀନ ଭାରତର ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସନ୍ତୁଳିତ କରି ସମାନତା ଅଧିକାର ଓ ଅଖଣ୍ଡ ଭାରତର ପରିକଳ୍ପନାକୁ ଦୃଷ୍ଟିରେ ରଖି ସର୍ବଜାତି, ସର୍ବଗୋଷ୍ଟୀ, ସର୍ବଧର୍ମ, ସର୍ବ ସମ୍ପ୍ରଦାୟ ନିମନ୍ତେ ସୁଵିଚାର ଧାରାରେ ଏପରି ଏକ ଗ୍ରନ୍ଥ ଉପହାର ଦେଇଯାଇଛନ୍ତି ଯାହା ଆଜି ସମ୍ବିଧାନ ନାମରେ ପରିଚିତ ! ଯାହା ରାଜନୈତିକ, ଭୌଗୋଳିକ, ଅର୍ଥନୈତିକ, ଶିକ୍ଷାଭିତ୍ତିକ ଓ ସାଧାରଣ ବ୍ୟକ୍ତିଙ୍କର ମୌଳିକ ଅଧିକାରକୁ ନିୟନ୍ତ୍ରଣ କରି ବିଶ୍ୱବିଦିତ ହୋଇପାରିଛି ! ସେହି ମହାନ ବ୍ୟକ୍ତିଙ୍କୁ କୋଟି କୋଟି ପ୍ରଣାମ ଜଣାଇଛନ୍ତି କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅଧିନସ୍ଥ ବ୍ରହ୍ମପୁର ଗ୍ରାମରେ ଆୟୋଜିତ ସମ୍ବିଧାନ ଦିବସର ଅତିଥିମାନେ !ସମ୍ବିଧାନ ଦିବସ ଅବସରରେ ଆୟୋଜିତ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସମାରୋହ ସଭାର ମୁଖ୍ୟଅତିଥି ଥିଲେ ପାଟକୁରା ବିଧାନସଭା ବିଧାୟିକା ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ସଞ୍ଜୟ କୁମାର ଅଗ୍ରୱାଲ !ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ ଗରଦପୁର ବ୍ଲକ ଅଧ୍ୟକ୍ଷ ଅଭୟ କୁମାର ମହାରାଜ ଏବଂ ବରେଣ୍ୟ ଅତିଥିଭାବେ ଗରଦପୁର ସରପଞ୍ଚ ରମାକାନ୍ତ ବେହେରା, ଓ ସଂଗ୍ରାମ ମଲ୍ଲିକ, ରଞ୍ଜନ କୁମାର ମଲ୍ଲିକ ଥିବାବେଳେ ବିଶେଷ ଅତିଥିଭାବେ ଥିଲେ ଗରଦପୁର ପଞ୍ଚାୟତ ର ପୂର୍ବତନ ସରପଞ୍ଚ ପ୍ରଫୁଲ ଜେନା,ପାଖଡ ପଂଚାୟତର ସରପଞ୍ଚ ପ୍ରତାପ ସ୍ୱାଇଁ, ପଳସୁଧା ପଂଚାୟତର ମେହେରବାନ ଅଲ୍ଲୀ, ଗରଦପୁର ବ୍ଲକ ଆତ୍ମା ଅଧ୍ୟକ୍ଷ ବାସୁଦେବ ବେହେରା,ସୁଲଚନା ନାୟକ କୁନୀଅପା, ଏବଂ ବନ୍ତଳା ପିଏସ ମେମ୍ବର ପାତିଆ ଭାଇ ! ଏହିସବୁ କାର୍ଯ୍ୟକ୍ରମ କୁ ବ୍ରହ୍ମପୁର ଗ୍ରାମର ଦଳିତ ମଞ୍ଚ ସଂଯୋଜନା କରିଥିବା ବେଳେ ବହୁ ବଦାନ୍ୟ ବ୍ୟକ୍ତି ଙ୍କ ଅବଦାନ ଅବିସ୍ମରଣୀୟ ବୋଲି ଆୟୋଜକ ଙ୍କ ନିକଟରୁ ପ୍ରକାଶ ! ସର୍ବତ୍ର ଦେବଦେବୀଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହେଉଥିବା ବେଳେ ବାବାସାହେବ ଙ୍କ ପୂର୍ଣ୍ଣ ଅବୟବ ଥିବା ପ୍ରତିମୂର୍ତ୍ତି ଉନ୍ମୋଚନ ନିଶ୍ଚିତଭାବେ ଆଖପାଖ ଅଞ୍ଚଳରେ ସମ୍ବିଧାନର ମୂଲ୍ୟବୋଧକୁ ମନେପକେଇ ପାରିବ ବୋଲି ବହୁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଥିବାର ଦେଖିବାକୁ ମିଳିଥିଲା !
ବ୍ୟୁରୋ ରିପୋର୍ଟ ସମର୍ଥ ନିୟୁଜ୍




