State

କୋଡ଼ିବାହାଲରେ ମାଁ ବୃନ୍ଦାବତୀଙ୍କ ପଞ୍ଚକ ବ୍ରତ ପୂଜାନୋତ୍ସବ ସମାପନ, ଭଷାଣୀ ଉତ୍ସବରେ ସାମିଲ ହେଲେ ଶତାଧିକ ଶ୍ରଦ୍ଧାଳୁ।

କଣ୍ଟମାଳ, ୨୭/୧୧: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ପଞ୍ଚାୟତ ଅଧିନସ୍ଥ କୋଡ଼ିବାହାଲ ଗ୍ରାମର ଭୋଇପଡ଼ାର ଶ୍ରଦ୍ଧାଳୁ କାର୍ତ୍ତିକ ମାସର ପଞ୍ଚକ ବ୍ରତକୁ ସାମୁହିକ ଭାବେ ମାଁ ବୃନ୍ଦାବତୀଙ୍କ ପୂଜା ମହାସମାରୋହରେ ପାଳନ କରିଛନ୍ତି। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ମାଁ ମାହେଶ୍ଵରୀ ଯୁବକ ସଂଘର ସଭାପତି ନବୀନ କିଶୋର ମେଣ୍ଡିଲିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପାଞ୍ଚଦିନ ଧରି ଚାଲିଥିବା ପୂଜାନୋତ୍ସବ ପୁରାଣ ପଠନ ଏବଂ ସଂଧ୍ୟାରେ ସଂକୀର୍ତ୍ତନ୍ୟ ବୈଠକୀ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟମାନ ଅନୁଷ୍ଠିତ ହୋଇ ସୋମବାର ସମାପନ ହୋଇଯାଇଛି। ଉକ୍ତ ପୂଜାନୋତ୍ସବରେ ପଣ୍ଡିତ କାନ୍ତ ମିଶ୍ର ପୂଜାର୍ଚ୍ଚନା ଓ ପୁରାଣ ପଠନ କରିଥିବା ସ୍ଥଳେ ଗୋପାଳ ଭୋଇ ଓ ସ୍ତ୍ରୀ ଉମା ଭୋଇ କର୍ତ୍ତାକାର୍ଯ୍ୟ

ତୁଲାଇଥିଲେ। ନୃସିଂହ ଗୁରାଣ୍ଡି,ନନ୍ଦ ଭୋଇ, ମାର୍କଣ୍ଡ ଭୋଇ, ହିମାଂଶୁ ପ୍ରଧାନ, ଭୁତୁଲୁ କର୍ଣ୍ଣ, ଚୈତନ୍ୟ ଖମାରୀ, ପ୍ରତାପ କ୍ଷେତି, ଖାଡ଼ି ଭୋଇ, ଢଳି ପ୍ରଧାନ, ନେପାଳ ଭୋଇ, ଅମୂଲ୍ୟ ପ୍ରଧାନ,କହଲୁ ପ୍ରଧାନ, ହରିହର କର୍ମୀ,ଶେଷଦେବ ରଣା ପ୍ରମୁଖ ସହଯୋଗ କରିଥିଲେ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button