State

ରାଜ୍ୟ ସ୍ତରୀୟ “ବୋଉ” ସମ୍ମାନରେ ସମ୍ବର୍ଦ୍ଧିତ ହେଲେ ସତ୍ୟନାରାୟଣ

 

କଣ୍ଟାମାଳ, ୨୬|୧୧( ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଜଣେ ସାହିତ୍ୟିକ ରାଜ୍ୟ ସ୍ତରୀୟ ସମ୍ମାନରେ ସମ୍ମାନିତ ହୋଇ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି | ସୂଚନା ଅନୁସାରେ କଣ୍ଟାମାଳ ବ୍ଲକ ବରଗୋଛା ଗ୍ରାମର ସତ୍ୟନାରାୟଣ ମଲ୍ଲିକ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଜି ତାଙ୍କୁ ରାଜ୍ୟ ସ୍ତରୀୟ “ବୋଉ” ସମ୍ମାନରେ ସମ୍ମାନିତ କରାଯାଇଛି | କୌଶଲ୍ୟା ସାହିତ୍ୟ ଓ ସଂସ୍କୃତି ପରିଷଦ ପକ୍ଷରୁ ଆୟୋଜିତ ଏହି ରାଜ୍ୟ ସ୍ତରୀୟ ସାରସ୍ଵତ ସମାରୋହ ଓ ବୋଉର ଲୋକାର୍ପଣ ଉତ୍ସବ କଟକ ସ୍ଥିତ ଗାନ୍ଧୀ ଭବନଠାରେ ଅନୁଷ୍ଠିତ ହୋଇଥିବା ବେଳେ ଶ୍ରୀ ସତ୍ୟନାରାୟଣ ମଲ୍ଲିକଙ୍କୁ ଓଡ଼ିଆ ଭାଷା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବୋଉ ୨୦୨୩ ସମ୍ମାନରେ ସମ୍ମାନିତ କରାଯାଇଛି | ଶ୍ରୀମଲ୍ଲିକଙ୍କୁ ଉତ୍ତରୀୟ, ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା | ସୂଚନା ଥାଉ କି ଶ୍ରୀ ମଲ୍ଲିକ ବାରଡୋଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି | ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସମାଜର ସମ୍ପାଦକ ପ୍ରମୋଦ ମହାପାତ୍ର, ବରିଷ୍ଠ ଲେଖକ ନାରାୟଣ ମହାନ୍ତି, ଆଇନ୍ ପରାମର୍ଶ ଦାତା ଗିରିଜା ଶଙ୍କର ପଣ୍ଡା,ଶୋଭଗିନି ବେହେରା ନାକ ସହ ଅନୁଷ୍ଠାନର ସଭାପତି କାନ୍ତିବାଳା ନାଏକ, ଅଧ୍ୟକ୍ଷ ସୁଦର୍ଶନ ପଟ୍ଟନାୟକ ଓ ସମ୍ପାଦକ ସଞ୍ଜୟ କୁମାର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ | ଏଭଳି ପୁରସ୍କାର ତାଙ୍କୁ ସାହିତ୍ୟ କ୍ଷେତ୍ରରେ ଆହୁରି ଆଗକୁ ନେବାରେ ସହାୟକ ହେଵ ବୋଲି ଶ୍ରୀ ମଲ୍ଲିକ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ସାହିତ୍ୟ କ୍ଷେତ୍ରରେ ଶ୍ରୀ ମଲ୍ଲିକ ସମ୍ମାନୀତ ହେବାର ଖବର ପ୍ରସାରିତ ହେବାପରେ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟୁଛି।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button