ସୃଷ୍ଟି ଧର୍ମ ସଂସ୍ଥାପୀକା କୁମାରୀ ଅପର୍ଣ୍ଣା ଙ୍କ ୬୬ ତମ ସ୍ଵ ନକ୍ଷତ୍ର ପାଳିତ।


ବଡ଼ଚଣା,୨୭।୧୧, ନି; ପ୍ର) ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଛତିଆ ଅନ୍ତର୍ଗତ ଅମରା ବତୀ ମଠ ପରିସରରେ ସୃଷ୍ଟି ଧର୍ମ ର ସଂସ୍ଥପିକା କୁମାରୀ ଅପର୍ଣ୍ଣା ଦେବୀ ଙ୍କ ୬୬ତମ ସ୍ୱ କ୍ଷେତ୍ର ଉତ୍ସବ ପାଳିତ ହୋଇଯାଇଛି । ପ୍ରଭାତରୁ ସୃଷ୍ଟି ଧର୍ମର ପ୍ରଚାରକ ଦିବଂଗତ ଜଗନ୍ନାଥ ନାୟକ ଙ୍କ ପ୍ରତି ମୂର୍ତ୍ତି ରେ ମାଲ୍ୟାର୍ପଣ ପୂର୍ବକ ଗୁରୂପୂଜା, ସମ୍ବର୍ଦ୍ଧନା ଉତ୍ସବ, ଭଜନ ସମାରୋହ ଅନୁଷ୍ଠିତ ହୋଇ ଥିଲା। ଅନୁଷ୍ଠାନ ପକ୍ଷରୁ ଶିଷ୍ୟ ଓ ସିଷ୍ୟା ମାନେ ଗ୍ରୁରୁ ବନ୍ଦନା ଗାନ,ପ୍ରସାଦ ସେବନ ବ୍ୟବସ୍ଥା କରିଥିଲେ। ଜଗନ୍ନାଥ ଭଜନ ସନ୍ଧ୍ୟା ଟିମ୍ ପକ୍ଷରୁ ଆୟୋଜିତ ଭଜନ କାର୍ଯ୍ୟକ୍ରମ ମନ୍ତ୍ରମୁଗ୍ଧ କରିଥିଲା । ଅନୁଷ୍ଠାନ ପକ୍ଷରୁ ଯୁବ ସମାଜସେବୀ ଦିଲୀପ ରାଉତ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵବଧାନରେ ଅନୁଷ୍ଠିତ ହୋଇଥିବା ବେଳେ,ଜଗନ୍ନାଥ ରାଉତ ରାୟ, ବିଷ୍ଟୁ ଚରଣ ସାହୁ,ଜୀବନ ନନ୍ଦ ଜେନା, ସତ୍ୟ ରଞ୍ଜନ ସେନାପତି, ସସ୍ମିତା ସେନାପତି, ପ୍ରଦୀପ ବରାଳ, ପ୍ରଫୁଲ୍ଲ ବେହେରା,ରାମଚନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇ ଥିବା ବେଳେ ସମସ୍ତ ଶିଷ୍ୟ ଶିଷ୍ୟା ସହଯୋଗ କରିଥିଲେ। ପବିତ୍ର ଜନ୍ମ ଦିନ ଅବସରରେ ଶିଷ୍ୟ ପ୍ରଶିଷ୍ୟ ମାନେ ବିଭିନ୍ନ ଉପହାର ମାନ ପ୍ରଦାନ କରି ଆଶୀର୍ବାଦ ଭିକ୍ଷା କରିବା ସହିତ ମା ଅପର୍ଣ୍ଣା ଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ।




